ଡେଙ୍କାନାଳ, ୦୬/ ୧୧: ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆଜି ହିନ୍ଦୋଳ ବ୍ଲକ କାରନ୍ଦା ଗ୍ରାମରେ ହେବାକୁ ଥିବା 24 ତମ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ସହ ମହାଶିମୂଳା ମନ୍ଦିରର ରତ୍ନ ମୁଦ ଉତ୍ସବ ରେ ଯୋଗ ଦେବେ । ଏହା ପରେ ଢ଼େଙ୍କାନାଳ ସର୍କିଟ ହାଉସ୍ ଠାରେ କିଛି ସମୟ ବିଶ୍ରାମ ପରେ କାମାକ୍ଷାନଗର ଯିବେ । ସେଠାରେ କେନ୍ଦ୍ର କୌଶଳ ବିକାଶ ମନ୍ତ୍ରାଳୟ (NSDC) ତରଫରୁ କୌଶଳ ମହୋତ୍ସବରେ ଯୋଗ ଦେବେ । ଏହି ଅବସରରେ ନିଯୁକ୍ତି ପାଇବାକୁ ଥିବା ଆଶାୟୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ଶ୍ରୀ ପ୍ରଧାନ। ସକାଳ ୯ ରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୨୦ରୁ ଅଧିକ ସେକ୍ଟର ନିମନ୍ତେ ୭୦ରୁ ଉର୍ଦ୍ଧ୍ୱ କମ୍ପାନୀ ରାଜ୍ୟ ତଥା ରାଜ୍ୟ ବାହାରୁ ନାମିଦାମି କମ୍ପାନୀ ଏଠି ଯୋଗ ଦେଇଛନ୍ତି । ସେନେଇ ଉଭୟ ଅନଲାଇନ୍ ଓ ଅଫଲାଇନରେ ଜିଲ୍ଲାରେ ୧୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପଞ୍ଜକୃତ କରାଯାଇଥିଲା । ତେବେ ପାଖାପାଖି ୮ ହଜାରରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏଠାକୁ ନିଯୁକ୍ତି ପାଇଁ ଆସିବେ । ତେଣୁ ବିଭାଗୀୟ ତରଫରୁ ଆସିଥିବା ଯୁବକ ଯୁବତୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ବିଭାଗର CEO । ଏନେଇ କୌଶଳ ମହୋତ୍ସବକୁ ଆସିଥିବା ଯୁବକ ଯୁବତୀମାନେ ବେସ ଉତ୍ସାହର ସହ ଲମ୍ବା ଧାଡିରେ ଛିଡା ହୋଇ ରେଜିଷ୍ଟ୍ରେସନ କରୁଥିବା ଦେଖିବାକୁ ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |