ଭୁବନେଶ୍ୱର ୩୦।୦୩: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଦ୍ବିତୀୟ ଦିନରେ ଶର୍ମିଷ୍ଠାଙ୍କୁ ଚାଲିଛି ଜେରା। ବୁଧବାର ଦିନ ଜେରା ବେଳେ ମେମୋରି ଚିପ୍ ଏବଂ ଘଟଣାରେ ଅନ୍ୟ କେଉଁ ମାନେ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା କରାଯିବର ସୂଚନା ମିଳିଛି । ଏଥିସହିତ ସମସ୍ତ ୪ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ । ତେବେ ସିନ୍ ରିକ୍ରିଏସନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା, ନିରଞ୍ଜନ ସେଠୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଏମାନଙ୍କୁ ଅଣାଯିବା ପରେ ଘନ ଘନ ଜେରା ଚାଲିଛି । ଏସବୁ ଭିତରେ ଆଉ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି। ଗତ ଜାନୁଆରୀରେ ପୁରୀ ସମୁଦ୍ରକୂଳରେ ଭିଡିଓଟି ସୁଟିଂ ହୋଇଥିବା ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଛୋଟ ଛୁଆକୁ ପାଣିରୁ ଉଦ୍ଧାର କରାଯାଇ ଛୁଆଟି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଉଛି। ସବୁଠାରୁ ବଡ଼ କଥା, ଏହି ଭିଡିଓଟି ଡିଲିଟ୍ ହୋଇଯାଇ ଥିବାରୁ ଏନେଇ ନିରଞ୍ଜନ ଓ ଶର୍ମିଷ୍ଠା ଉତ୍କ୍ଷିପ୍ତ ହୋଇଯାଇଥିଲେ ବୋଲି କୁହାଯାଉଥିଲା। ଭିଡିଓଟିକୁ ଚିପ୍କୁ ରିକଭରି କରି ଦେବା ପାଇଁ ସେମାନେ ମାନସଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ପ୍ରକୃତ ସତ କ’ଣ ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |