ଡାବୁଗାଁ ( ମିହିର ଶଙ୍କର ପାତ୍ର,), ୨୮। ୩ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀଙ୍କ ଅଧ୍ୟକ୍ଷତାରେ କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ଯୋଗ ଦେଇ ପିଲା ମାନେ କିପରି ଗଣିତ, ଇଂରାଜୀ, ବିଜ୍ଞାନ ପାଠ କିପରି ସହଜରେ ମନେ ରଖିପାରିବେ ସେ ଉପରେ ବିଭିନ୍ନ ଉପାୟ ଗୁଡିକ ବୁଝାଇବା ସହ ୧୦ ଶ୍ରେଣୀ ପାସ କରିବା ପରେ କେଉଁ ବିଭାଗରେ ପାଠ ପଢିଲେ ପିଲା ଜିଜେ ନିଜ ଗୋଡରେ ଛିଡା ହୋଇ ରୋଜଗାର କ୍ଷମ ହୋଇପାରିବେ ସେ ଦିଗ ପିଲା ନିଜେ ଆପଣାଇବାକୁ ପରାମର୍ଶ ଦେଇଥିଲେ | ଡାବୁଗାଁ ବିଡିଓ ଶରତ ମାଝି ଯୋଗ ଦେଇ ବିଦ୍ୟାଳୟ ବଗିଚା ହେଲେ ଶିକ୍ଷୟତ୍ରୀଶିକ୍ଷକ ହେଉଛନ୍ତି ମାଳୀ, ପସନ୍ଦ ଓ ଚୟନ, କେଉଁ ବିଭାଗରେ ପାଠ ପଢିଲେ କେଉଁ ଚାକିରି ପାଇପାରିବେ ସେ ଉପରେ ଆଲୋଚନା କରିଥିଲେ | ଜିଲା ନିଯୋଜନ କାର୍ଯ୍ୟ|ଳୟର ଏମଜିଏନଏଫ ତପସ୍ଵିନୀ ଦାସ ଯୋଗଦେଇ ଛାତ୍ରୀଛାତ୍ର ମାନେ ଦୃଢ ମନୋବଳ ରଖି ପାଠ ଉପରେ ଧ୍ୟାନ ଦେଇ ସ୍ଵରୋଜଗାରକ୍ଷମ ହେବା ଓ ଝିଅ ମାନେ ୨୨ ବର୍ଷ ପର୍ଯ୍ୟନ୍ତ ବିବାହ ଚିନ୍ତା ନକରି ପାଠ ପଢିବାକୁ ପରାମର୍ଶ ଦେବଥିଲେ | ଏଥିରେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ, ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା କିରଣମାଳା ତିର୍କୀ, ବଡଓଲମା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା, ଜଟାବାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାଶ, ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ନାୟକ, ଶିକ୍ଷକ ସନାତନ ଭୋଇ, ମହେଶ୍ଵର ନାଥ, ହଲଧର ଛତ୍ର, ଦୀପକ ସାହୁ, ସଂଜୀବ ପଣ୍ଡା, ସୋମ୍ୟରଞ୍ଜନ ନୈକ, ରଶ୍ମୀରଞ୍ଜିତା ନାୟକ, ସୁପ୍ରିୟା ମହାଙ୍କୁଡ, ଜ୍ଞାନ ରଞ୍ଜନ ବେହେରା, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକ ଅଧୀନ ୪ ଟି ବିଦ୍ୟାଳୟର ୫୦୦ ଜଣ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |