ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ସମ୍ପତ୍ତି ସିଜ୍‌

ଭୁବନେଶ୍ୱର ୧୨।୦୫ : ଖଣି ମାଲିକ ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ  ଘରେ ଚଢ଼ଉ ସମୟରେ ୧୩୩ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ଓ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କାକୁ ସିଜ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏଥି ସହିତ ମନି ଲଣ୍ଡ୍ରିଂ ମାମଲାରେ ଲିଙ୍କ୍ ଥିବା ବହୁ କାଗଜପତ୍ର ଓ ହାର୍ଡଡିସ୍କ୍‌ ଜବତ କରିଛି ଇଡି । ଚଢଉରେ ଆର୍ଥିକ ଅନିୟମିତତା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଆର୍ଥିକ କାରବାରର ଦସ୍ତାବିଜ୍‌ ଇଡିଙ୍କ ହସ୍ତଗତ ହୋଇଛି । ସିଜ୍‌ ହେଲା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି । ରେଡ୍‌ ବେଳେ ଠାବ ହୋଇଥିବା ୧୩୩ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ଓ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କାକୁ ସିଜ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।ବେଆଇନ ଖଣି କାରବାର ଓ ମନି ଲଣ୍ଡରିଂ ମାମଲାରେ ବୁଧବାର ଖଣି ମାଲିକ ତଥା ଚମ୍ପୁଆର ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍‌ କରିଥିଲା ଇଡି । କେନ୍ଦୁଝର ଚମ୍ପୁଆର ୨ଟି ସ୍ଥାନ ଓ ଭୁବନେଶ୍ୱରର ୨ଟି ସ୍ଥାନରେ ରେଡ୍‌ କରିଥିଲା ଇଡି । ଏକାକାଳୀ ୪ଟି ସ୍ଥାନରେ ଦିନତମାମ ଚଢାଉ କରିଥିଲେ ଇଡି । ଏହି ସମୟରେ ଇଡିକୁ ୧୩୩ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ଓ ଘରୁ ନଗଦ ୬୯ଲକ୍ଷ ଟଙ୍କା ମିଳିଥିଲା । ଯାହାକୁ ଏବେ ସିଜ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: