ନବରଙ୍ଗପୁର ୯।୩ ( ମିହିର ଶଙ୍କର ପାତ୍ର ) -: ଖତ ଖାଉଛି 108 ଆମ୍ବୁଲାନ୍ସ, ସରକାରୀ ଅର୍ଥର ଅପ ବ୍ୟବହାର ହେଉଛି ତଥାପି ପ୍ରଶାସନ ନିରବ । ସରକାର ଦୁର୍ଘଟଣାରେ ଶିକାର ବ୍ୟକ୍ତି କିମ୍ବା ଗୁରୁତର ରୋଗୀଙ୍କୁ ସୁବିଧାରେ ମେଡିକାଲ୍ ରେ ପହଞ୍ଚାଇବା ପାଇଁ ୧୦୮ ମାଗଣା ଆମ୍ବୁଲାନ୍ସ୍ ସେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ବେଳେ ବେଳେ ବିଭିନ୍ନ କାରଣରୁ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ନ ପାରିବା ଫଳରେ କିଛି ସ୍ଥାନରେ ରୋଗୀ ଏବଂ ଦୁର୍ଘଟଣାରେ ଶିକାରବ୍ୟକ୍ତି ମୃତ୍ୟୁ ମୁଖରେ ପଡୁଥିବା ବେଳେ ପୁଣି କିଛି ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବହୁ 108 ଆମ୍ବୁଲାନ୍ସ ରୋଗୀଙ୍କ ବ୍ୟବହାରରେ ନ ଆସି ରାସ୍ତା କଡ଼ରେ ପଡ଼ି ପଡ଼ି ଖତ ଖାଇବାର ଦେଖା ଯାଉଛି I ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଡାବୁଗାଁ ବ୍ଳକ୍ ଅନ୍ତର୍ଗତ ପୋଲିସ ଷ୍ଟେସନ ପାଖରେ ଦୀର୍ଘ ପାଞ୍ଚ ରୁ ଛଅ ମାସ ହେବ ପଡିରହି ଖତ ଖାଇବା ସହ ଆମ୍ବୁଲାନ୍ସ ଉପରକୁ ବହୁ ଅନାବନା ଲତା ବୁଦା ଚଢି ଯାଇଛି I ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ବିଭିନ୍ନ ସଂସ୍ଥା ୧୦୮ ଆମ୍ବୁଲାନ୍ସର ଦାୟିତ୍ୱ ନେଇଥିବା ବେଳେ କୌଣସି ୧୦୮ ଆମ୍ବୁଲାନ୍ସ ଅଳ୍ପ ଖରାପ ହେଲେ ସଂପୃକ୍ତ ସଂସ୍ଥା ତାହାର ମରାମତି ନ କରି ସରକାର କା ମାଲ୍, ଦରିଆ ମେଁ ଡାଲ୍ ନୀତିରେ ବିଭିନ୍ନ ସ୍ଥାନରେ ପକାଇ ରଖୁଛି I ଫଳରେ ଆମ୍ବୁଲାନ୍ସ ଗୁଡିକ ଖତ ଖାଇବା ସହ ସେଥିରୁ ବ୍ୟାଟେରୀ ଏବଂ ଯନ୍ତ୍ରପାତି ଚୋରି ହେବାର ନଜିର୍ ମଧ୍ୟ ରହିଛି Iଡାବୁଗାଁ ଠାରେ ଖତ ଖାଉଥିବା ଆମ୍ବୁଲାନ୍ସକୁ ଦାଇତ୍ୱ ରେ ଥିବା ସଂସ୍ଥା ଉଦ୍ଧାର କରି ମରାମତି କରିବା ସହ ଏହାକୁ ପୁନଶ୍ଚ ରୋଗୀଙ୍କ ସେବାରେ ନିୟୋଜିତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି Iରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |