ଖସି ଯିବେକି ମାଲକାନଗିରି ସବଜେଲ ସୁପରିଟେଣ୍ଡେଣ୍ଟ ?

ତୁ ଯାହାସବୁ ସାମ୍ବାଦିକଙ୍କୁ କହିଥିଲୁ   ପଚାରିଲେ ସେସବୁ ମିଛ କହିଥିଲି ବୋଲି କହିବୁ….

ମାଲକାନଗିରି, ୬/୬ (ଅଚ୍ୟୁତାନନ୍ଦ ଜେନା/ଶ୍ରୀନିବାସ ପଣ୍ଡା):- ମାଲକାନଗିରି ସବ ଜେଲର ସମସ୍ତ ପ୍ରକାର କଳା କାରନାମା ଜଣା ପଡିବା ପରେ  ଜେଲ ସୁପରିଟେଣ୍ଡେଣ୍ଟ ଏବେ ହରଣଘନାରେ ପଡିଛନ୍ତି । ଏଥିରୁ ମୁକୁଳିବା ପାଇଁ ହେଡ ୱାଡ଼ର୍ ବବୃ ବାହନ ନାଏକ ସମ୍ପୂର୍ଣ ସହଯୋଗ କରୁଥିବା ଦେଖାଯାଉଛି। ପ୍ରକାଶ ଥାଉକି ଓଡ଼ିଆନ ନିଉଜ୍ ପ୍ରଥମେ ଜେଲର ଙ୍କର ସମସ୍ତ ପ୍ରକାର କେଳେଙ୍କାରୀ ପାଠକଙ୍କ ନିକଟରେ ଉପସ୍ଥାପନା କରିବା ପରେ, ମହାଶୟ ଓଡ଼ିଆନ ନିଉଜ୍ ରିପୋଟରଙ୍କ ବିରୁଦ୍ଧରେ ଇଆଡୁ ସିଆଡୁ କହି ବୋଲିଲେ ।  ପରବର୍ତୀ ଅବସ୍ଥାରେ ଏହି ଖବର ଗୁରୁତ୍ୱ ଉପଲବ୍ଧି କରି କିଛି ସମ୍ବାଦପତ୍ର ରେ ଉକ୍ତ ଖବର ପ୍ରକାଶିତ ହେବା ସହ ଇଲୋଟ୍ରୋନିକ ମିଡ଼ିଆ ରେ ମଧ୍ୟ ଦୃଶ୍ୟମାନ ହୋଇଥିଲା ସୁପରିଟେଣ୍ଡେଣ୍ଟଙ୍କ କଳା କାରନାମା । ପରିସ୍ଥିତ ଅସମ୍ଭାଳ ହେବାରୁ ଜେଲ ବିଭାଗ ଉପର ଅଧିକାରୀ ତଦନ୍ତ କରେଇବାକୁ ବାଧ୍ୟ ହେଲେ। ଏବେ ବର୍ଷ ବର୍ଷ ଧରି ନିରବ ଦ୍ରଷ୍ଟା ସାଜିଥିବା ଜିଲ୍ଲା ପ୍ରଶାସନ ବିଳମ୍ବରେ ହେଲେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂତ୍ରରୁ ପ୍ରକାଶ। ସୁପରିଟେଣ୍ଡେଣ୍ଟ ମହାଶୟ ତଦନ୍ତକୁ ବାଟବଣା କରିବାକୁ ବୃଥା ପ୍ରୟାସ କରୁଥିବା ଦେଖାଯାଉଛି। ସବ ଜେଲ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦେଶରେ ହେଡ ୱାଡ଼ର୍ ବବୃବାହନ ନାଏକ ପୂର୍ବରୁ ଜେଲର କାରନାମା ଏବଂ ତାଙ୍କ ପ୍ରତି ହେଇଥିବା ଅନ୍ୟାୟ ବିଷୟରେ ବୟାନ ମିଡ଼ିଆକୁ ଦେଇଥିବା ଗୁଣ୍ଡୁ ମାଦ୍ରୀ କୁ ଗୋଟିଏ ବାଇକରେ ବସେଇ ଜେଲକୁ ନେଉଥିବାର ଦୃଶ୍ୟ କେମେରାରେ ଧରା ପଡିଯାଇଥିଲା। ଗୁଣ୍ଡୁ ମାଦ୍ରୀ ଙ୍କ କହିବା କଥା ସୁପରିଟେଣ୍ଡେଣ୍ଟ ତାକୁ ଡାକି କହିଲେ, ତୁ ଯାହାସବୁ ସାମ୍ବାଦିକଙ୍କୁ କହିଥିଲୁ ସେସବୁ କହିବା ଠିକ ନଥିଲା। ଏବେ ସାମ୍ବାଦିକ ପଚାରିଲେ ସେସବୁ ମିଛ କହିଥିଲି ବୋଲି କହିବୁ। କାରଣ ତୋର ସଜା ସମୟ ଶେଷ ହେବାକୁ ବସିଲାଣି, ବର୍ତ୍ତମାନ କରୋନା ଚାଲିଛି। ମାଲକାନଗିରି ଜେଲରୁ ଅନେକ କଏଦୀଙ୍କୁ ଅନ୍ୟ ଜିଲ୍ଲା ଜେଲକୁ ପଠାଯିବ। ତୁ ଆମ କଥା ନମାନିଲେ ବାହାର ଜେଲକୁ ପଠେଇଦେବୁ। ତୋ ପିଲାମାନେ ତୋତେ ଦେଖିପାରିବେ ନାହିଁ। ଏହିପରି ଯଦି ଚାଲେ ତାହେଲେ ସତ୍ୟ ଉନ୍ମୋଚନ ହେବା ପରିବର୍ତ୍ତେ ବାଟବଣା ହେବା ସାର ହେବ। ତେଣୁ ଏ ବିଷୟକୁ ଗୁରୁତ୍ୱର ସହ ନେଇ ସିସିଟିଭି ହାର୍ଡ ଡିସ୍କ କବ୍ଜାକୁ ନେଇ ତନ୍ନ ତନ୍ନ କରି ପରୀକ୍ଷା କଲେ, ସମସ୍ତ ସତ୍ୟ ଧରାପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: