ଭୁବନେଶ୍ଵର ୧୮/୦୯: ରାଜ୍ୟରେ କରୋନାର ପ୍ରଭାବ କମିବାର ନା ଧରୁନି । ଆଜି ରାଜ୍ୟରେ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗିରରୁ ୧୯୩, ଯାଜପୁରରୁ ୧୬୯, କେନ୍ଦ୍ରାପଡାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ନୂଆପଡାରୁ ୧୧୨, କନ୍ଧମାଳରୁ ୧୦୨ ଜଣ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି । ସେହିଭଳି ଗଞ୍ଜାମରୁ ୯୮, ବରଗଡରୁ ୯୪, ରାୟଗଡାରୁ ୮୯, ବାଲେଶ୍ଵରରୁ ୮୦, ସମ୍ବଲପୁରରୁ ୭୮, ଭଦ୍ରକରୁ ୭୭, କେନ୍ଦୁଝରରୁ ୭୭, କୋରାପୁଟରୁ ୭୫, କଳାହାଣ୍ଡିରୁ ୭୧, ଝାରସୁଗୁଡାରୁ ୫୯, ଢେଙ୍କାନାଳରୁ ୫୨, ମୟୂରଭଞ୍ଜରୁ ୪୯, ନୟାଗଡରୁ ୪୭, ବୌଦ୍ଧରୁ ୩୮, ମାଲକାନଗିରିରୁ ୩୪, ଗଜପତିରୁ ୨୫, ସୁନ୍ଦରଗଡରୁ ୨୩, ଅନୁଗୁଳରୁ ୧୬, ଦେବଗଡରୁ ୧୦ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧,୩୭, ୫୬୭ରେ ପହଞ୍ଚିଛି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |