ଖୋର୍ଦ୍ଧା ୫l୧୧: ଖୋର୍ଦ୍ଧାରୁ ୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ |ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଖୋର୍ଦ୍ଧା ସହରରୁ ଆଜି ୫ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବ୍ରାଉନ୍ସୁଗାର ଜବତ କରାଯିବା ସହ ଜଣକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ ଆଜି ସକାଳେ ସୂଚନା ପାଇ ଅବକାରୀ ବିଭାଗର ଏକ ଟିମ୍ ସହଯୋଗ ହସ୍ପିଟାଲ୍ ନିକଟରେ ଚଢ଼ଉ କରିଥିଲେ । ଚଢ଼ଉରେ ଖୋର୍ଦ୍ଧା ମଙ୍ଗଳା ନଗରର ବ୍ରଜ କିଶୋର ପଟ୍ଟନାୟକ (୫୦)ଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ୧୦ହଜାର ଟଙ୍କା ହେବ । ଏହାସହ ସେ ବ୍ରାଉନସୁଗାର କାରବାରରେ ବ୍ୟବହାର କରିଥିବା ଏକ ମୋଟର ସାଇକଲଟିଏ ମଧ୍ୟ ଜବତ କରାଯାଇଛି । ଏନେଇ ବେଆଇନ ନିଶା କାରବାର ଆଇନରେ ୮୯/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ, ଖୋର୍ଦ୍ଧା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍ର ଇନସପେକ୍ଟର ରାଜଶେଖର ସ୍ୱାଇଁ, ଏସ୍ଆଇ ବି ମନୋଜ କୁମାରଙ୍କ ସହ ଖୋର୍ଦ୍ଧା, ବେଗୁନିଆର ଅବକାରୀ କର୍ମଚାରୀ ଯୋଗ ଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |