ଭୁବନେଶ୍ଵର,୬/୮(ଓଡିଆନ ମିଡ଼ିଆ): ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି। ନିଜର କରୋନା ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସୂଚନା ଦେବା ସହିତ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହାକୁ ସ୍ବୀକାର କରିଛି। ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ। ସଂପୃକ୍ତ କର୍ମଚାରୀ ସଂକ୍ରମିତ ହେବାରୁ ଅନ୍ୟମାନଙ୍କର ସ୍ୱାବ୍ ନିଆଯାଇଥିଲା। ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କର ପଜିଟିଭ ଆସିଥିବା ଜଣାପଡ଼ିଥିଲା। ତାଙ୍କୁ ଡାକ୍ତର ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |