ଖୋର୍ଦ୍ଧା,୨୦।୯ : ଖୋର୍ଦ୍ଧା ଶିଳ୍ପାଞ୍ଚଳକୁ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଗସ୍ତ କରି ଶିଳ୍ପ ଓ ଶିଳ୍ପାଞ୍ଚଳର ବିକାଶ ନେଇ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟ୍ଟାରିଆ ଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଶିଳ୍ପାଞ୍ଚଳର ଉଦ୍ୟୋଗୀ ଏବଂ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ୫ଟି ସଚିବ ଆଲୋଚନା କରିଛନ୍ତି। ପ୍ରଥମେ ଏସଏମଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ରେ ପହଞ୍ଚି କମ୍ପାନୀ ପରିଦର୍ଶନ ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଇଣ୍ଡନିସନ ଫୁଡ ପ୍ରାଇଭେଟ ଲିମିଟେଡ଼, ହିନ୍ଦୁସ୍ତାନ କୋକାକୋଲା, ସେଞ୍ଚୁରି ଫାଇଭର ପ୍ଳେଟସ୍ ପ୍ରାଇଭେଟ ଲିମିଟେଡ଼ର ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଶେଷ କରି ଶିଳ୍ପାଞ୍ଚଳର ବିକାଶ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଅଧିକ ପୁଞ୍ଜି ନିବେଶ କରିବା, କ୍ବାଲିଟି ପ୍ରଡକ୍ଟ ଉତ୍ପାଦନ ଉପରେ ୫ଟି ସଚିବ ଗୁରୁତ୍ୱ ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |