ଖୋଲିଲା ବିଶ୍ୱର ସବୁଠାରୁ ଲମ୍ବା ପୋଲ ୧୯୧୫ କେନେକାଲ

ନୂଆଦିଲ୍ଲୀ,୦୨/୦୪:    ଦୁନିଆର ସବୁଠାରୁ ଲମ୍ୱା ସସ୍‌ପେନ୍ସ ବ୍ରିଜ ସାଧାରଣ ଲୋକମାନଙ୍କ ପାଇଁ ଖୋଲି ଦିଆଯାଇଛି । ଏହି ବ୍ରିଜ ଦୁଇଟି ମହାଦେଶ ଯଥା ୟୁରୋପ ଓ ଏସିଆକୁ ଯୋଡୁଛି । ଏହାକୁ ତୁର୍କି ଓ ଦକ୍ଷିଣ କୋରିଆର କମ୍ପାନୀ ମିଳିତ ଭାବେ ତିଆରି କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ମୋଟ ୨୦ହଜାର ୫୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ତିଆରି କରିବା ପାଇଁ ୫ ବର୍ଷ ସମୟ ଲାଗିଛି ।  ଏହି ବ୍ରିଜଟି ହେଲା ପରେ ଯାତ୍ରୀ ୟୁରୋପ ଏସିଆକୁ ମାତ୍ର ୬ ମିନିଟର ଆସିପାରିବେ । ବିଶ୍ୱର ସବୁଠାରୁ ଲମ୍ବା ଏହି ବ୍ରିଜର ନାଁ ୧୯୧୫ କେନେକାଲ ବ୍ରିଜ ରଖାଯାଇଛି |ପୋଲଟିର ନାଁ ସହିତ ୧୯୧୫ ମସିହା ଯୋଡ଼ାଯିବା ପଛରେ ବି ଗୋଟେ କାରଣ ରହିଛି । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟିଶ ସେନା ଡର୍ଡାନେଲେସ ଉପସାଗରେ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥିଲା । ପରିଣାମ ସ୍ୱରୂ ଅଟୋମନ ସାମ୍ରାଜ୍ୟ ସହିତ ବ୍ରିଟିଶ ସେନାର ଯୁଦ୍ଧ ହୋଇଥିଲା । ଏଥିରେ ଅଟୋମନ ସାମ୍ରାଜ୍ୟ ବିଜୟୀ ହୋଇଥିଲା । ଏହି ବିଜୟର ସ୍ମୃତିକୁ ମନେ ପକାଇ ପୋଲଟିର ନାମ ଏପରି ହୋଇଛି । ଏହା ଇସ୍ତାନବୁଲ ବାହାରେ ୟୁରୋପୀୟ ଅଞ୍ଚଳ ଜେଲିବୁଲକୁ ଏସିଆର ଅଞ୍ଚଳ ଲେପସେକି ସହିତ ଯୋଡ଼ୁଛି । ୬ ଲେନରେ ଏହି ବ୍ରିଜ୍‌ର ରାସ୍ତା ତିଆରି ହୋଇଛି । ଗୋଟିଏ ପାର୍ଶ୍ୱରେ ୩ ଲେନ ଓ ଅନ୍ୟ ପାର୍ଶ୍ୱରେ ଆଉ ୩ ଲେନ୍‌ ସଡ଼କ ରହିଛି । ଏହାର ଲମ୍ବ ୪.୬୦ କିଲୋମିଟର ରହିଥିବା ବେଳେ ଏହାର ସର୍ବାଧିକ ଓସାର ୪୫.୦୬ ମିଟର ରହିଛି । ଲେନ୍‌ର ସବୁଠାରୁ ଲମ୍ବା ଦୂରତ୍ୱ ହେଉଛି ୨ କିଲୋମିଟରରୁ ଅଧିକ ରହିଛି । ସମୁଦ୍ରରୁ ବ୍ରିଜ୍‌ର ସଡ଼କ ଉଚ୍ଚତା ୨୩୯ ଫୁଟ ରହିଛି । ୨୦୧୭ ଜାନୁଆରୀ ୨୬ ରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୨ ଫେବୃଆରୀ ୨୬ରେ ତାରିଖରେ ଏହାର କାମ ସରିଛି । ସାଧାରଣ ଲୋକଙ୍କ ପାଇଁ ଏହି ବ୍ରିଜ ୨୦୨୨ ମାର୍ଚ୍ଚ ୧୮ ତାରିଖରେ ଖୋଲା ଯାଇଛି । ୧୯୧୫ କେନେକାଲ ବ୍ରିଜରେ ଥିବା ଦୁଇଟି ଟାୱାରର ଉଚ୍ଚତା ୧୦୪୩ ଫୁଟ ହୋଇଥିବା ଏହା ତୁର୍କିର ଦ୍ୱିତୀୟ ସର୍ବାଧିକ ଉଚ୍ଚତା ବିଶିଷ୍ଟ ବ୍ରିଜ । ଏହାଠାରୁ ୟାଜୁବ ସୁଲତାନ ସଲିମ ବ୍ରିଜର ଉଚ୍ଚତା ଅଧିକ ରହିଛି । ଏହି ବ୍ରିଜରେ ଯାତ୍ରା କରିବା ପାଇଁ ମାତ୍ର ୬ ମିନିଟ ସମୟ ଲାଗିଥାଏ । ପୂର୍ବରୁ ୟୁରୋପର ଜେଲିବୁଲରୁ ଏସିଆର ଲେପସେକିକୁ ଯୋଡ଼ୁଥିବା ଏହି ସାଗର ପାରି ହେବାକୁ ପାଖାପାଖି ଦେଢ଼ ଘଣ୍ଟା ସମୟ ଲାଗୁଥିଲା । ହେଲେ ଏବେ ପୋଲ ହେବା ପରେ ଏହି ଯାତ୍ରୀ ମାତ୍ର ୬ ମିନିଟ୍‌ରେ ପୂରା ହେଇଯାଉଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: