ଗଞ୍ଜାମ,୨୬ା୩: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ଗସ୍ତରେ ଅଛନ୍ତି । ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁରରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।ଏଠାରେ ପହଞ୍ଚି ଜିଲ୍ଲାବାସୀଙ୍କୁ ସେ ଖୁବ ପ୍ରଶଂସା କରିଛନ୍ତି । ସେ କହିଥିଲେ ଯେ, ମା’ ମାନେ ଏଠାରେ ଭଲ କାମ କରୁଛନ୍ତି । ତେଣୁ ସେମାନେ ଉଦ୍ୟୋଗୀ ହେବା ଉଚିତ । ମା’ ମାନଙ୍କର ଉନ୍ନତି ହେଲେ ଦେଶ ଏବଂସମାଜର ମଧ୍ୟ ଉନ୍ନତି ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ୩୦୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ ପାଇଁ ମୋଟ ୫୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲାରେ ୨୦ ହଜାରରୁ ଅଧିକ ଲୋକ ଗ୍ରାମକଣ୍ଠ ପଟ୍ଟା ପାଇଥିବା ବେଳେ କେବଳ ହିଞ୍ଜିଳିରେ ୪ହଜାର ୫୦୦ରୁ ଅଧିକ ଲୋକ ଏହି ପଟ୍ଟା ପାଇଥିବାରୁ ସେମାନଙ୍କ ବହୁ ଦିନର ଅସୁବିଧା ଦୂର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |ଗଞ୍ଜାମ ଗସ୍ତରେ ଆସି ଜିଲ୍ଲାକୁ ସୁନାରେ ପରିଣତ କରିଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଜିଲ୍ଲାର ବିକାଶ ଏବଂ ଉନ୍ନତି ପାଇଁ ୫୯୦ କୋଟି ଟଙ୍କା ବିନିମୟରେ ୩୦୦ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହାସହିତ ଜିଲ୍ଲାର ମହିଳାମାନଙ୍କ କାର୍ଯ୍ୟକୁ ପଶଂସା କରିବା ସହ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ଭାବରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏଣିକି ହିଞ୍ଜିଳି ଏବଂ ଗଞ୍ଜାମ ଜିଲ୍ଲାର ବିକାଶ ଯୋଜନାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |