ଗଂଜା ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱାଗତ ଉତ୍ସବ

ରାଜକନିକା,୩୦/୩ : ରାଜକନିବା ବ୍ଳକ୍‌ରେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛି । ଦୁଇ ବର୍ଷ କରୋନା କଟକଣା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷା ଦାନ ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଆସିବା ପରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷାଦାନ ଆରମ୍ଭ କରାଯାଇଛି । ଏହି କାରଣକୁ ନେଇ ଛୋଟ ଛୋଟ ଶିଶୁମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଗଂଜା ଗ୍ରାମସ୍ଥିତ ଆମ ଅଙ୍ଗନୱାଡ଼ି କେନ୍ଦ୍ର ନମ୍ବର-୩ରେ ପିଲାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଙ୍ଗନୱାଡ଼ି କର୍ମୀ ମାଳତିଲତା ନାୟକଙ୍କ ସହିତ ସମସ୍ତ କର୍ମଚାରୀମାନେ ପିଲାମାନଙ୍କୁ ଚନ୍ଦନ ତିଳକ ଲଗାଇବା ସହିତ ଫୁଲ ପକାଇ ସ୍ୱାଗତ ଜଣାଇଥିଲେ । ଏହା ସହିତ ପିଲାମାନଙ୍କୁ ଚକୋଲେଟ ଖାଇବାକୁ ଦେଇ ପ୍ରତିଦିନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବାକୁ କହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: