ଗଉଞ୍ଜୁ ରେ ଟୀକାକରଣ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଵ୍ରହ୍ମପୁର-୧୮/୬(ମନୋଜ କୁମାର ପାତ୍ର) : ବ୍ରହ୍ମପୁର ଉପକଣ୍ଠ ରଙ୍ଗେଲୁଣ୍ଡା ବ୍ଲକର ଗଉଞ୍ଜୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆରୁଆପଲ୍ଲୀ,ଗଉଞ୍ଜୁ,ମିଶ୍ରପଲ୍ଲୀ ଓ ବ୍ରହ୍ମପଲ୍ଲୀ ଗ୍ରାମ କଲ୍ୟାଣ ସମିତି ପକ୍ଷରୁ ଟୀକାକରଣ ଓ କରୋନା ସଚେତନତା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ସମସ୍ତ ଅଙ୍ଗନାବାଡ଼ି କର୍ମୀ, ଆଶା କର୍ମୀ ଏବଂ ସ୍ଥାନୀୟ ସ୍ବେଛାସେବୀ ଏକତ୍ରିତ ହୋଇ ଏକ ପଦ ଯାତ୍ରାରେ ବାହାରି ପ୍ରତ୍ୟେକ ଲୋକଙ୍କ ଘରକୁ ଘର ବୁଲି କରୋନା ମହାମାରୀ ଭୟାବହତା ଉପରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ କରିଥିଲେ।ଏହି ଅବସରରେ ଦୁର୍ଗାରାଣୀ ମହାନ୍ତି, ଜ୍ୟୋସ୍ନା ଦାସ,ସବିତା ରଣା, ଗୀତାଞ୍ଜଳି ପାଢ଼ୀ,ପଦ୍ମିନୀ ସାବତ, ସାଧନା ବେହେରା,ରଶ୍ମିତା ପାଳ,କଳ୍ପନା ପଟ୍ଟନାୟକ ,ସୂଚିତ୍ରା ଆଚାର୍ଯ୍ୟ,ଇନ୍ଦ୍ରାକ୍ଷୀ ରଣା ,ସ୍ୱପ୍ନା ସେଠୀ,ସନ୍ତୋଷ ଚୌଧୁରୀଙ୍କ ସମେତ ବହୁ ଗ୍ରାମବାସୀ ସହଯୋଗ କରିଥିଲେ।ପରିଶେଷରେ ସରପଞ୍ଚ ପ୍ରତିନିଧି ପ୍ରଫୁଲ୍ଲ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: