ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା ପାଇଁ ଉଦ୍ୟମ କରିବାକୁ ଆହ୍ବାନ : ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୨୬।୩:   ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କବିସୂର୍ଯ୍ୟନଗରରେ ପହଞ୍ଚି ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ ବୋଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣରେ କହିଛନ୍ତି। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ୱାନ ଦେଇଛନ୍ତି।ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦କୋଟିର ରୁଣ ପ୍ରଦାନ କରିବା କଥା ବି ଘୋଷଣା କରିଛନ୍ତି ନବୀନ। ଏହାବ୍ୟତୀତ ସେ ଗ୍ରାମକଣ୍ଠ ଘରଡିହ ପଟ୍ଟା ମଧ୍ୟ ବାଂଟିଛନ୍ତି।କବିସୂର୍ଯ୍ୟନଗର ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି। ମୁଖ୍ୟମନ୍ତ୍ରୀ ନବୀନ ୧୯୫୨.୮୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ଆମେ ଆଗରୁ ଜାଣିଥିଲେ। ସେହିପରି ୨୨ହଜାର ୨୦୦ ସ୍ବୟଂ ସହାୟିକା ଗୋଷ୍ଠୀର ୨.୨୪ ଲକ୍ଷ ମିସନ୍ ଶକ୍ତି ମହିଳାଙ୍କୁ ଋଣ ଓ ସହାୟତା ଏବଂ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିବା ବ୍ୟବସ୍ଥା ରହିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!