ଗଞ୍ଜାମ ଜିଲ୍ଲାପାଳ ଭାବେ ଦାଇତ୍ୱ ନେଲେ ଦିବ୍ୟ ଜ୍ୟୋତି ପରିଡା

ଗଞ୍ଜାମ- (ମନୋଜ କୁମାର ପାତ୍ର),୨୧/୬:ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସୋମବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀଗଣ ଓ କର୍ମଚାରୀଗଣ ଉପସ୍ଥିତ ରହି ନୂତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ସ୍ବାଗତ କରିବା ସହିତ ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ନୂତନ ଜିଲ୍ଲାପାଳ ଶ୍ରୀ ପରିଡା ୨୦୧୬ ବ୍ୟାଚର ଆଇ.ଏ.ଏସ ଅଧିକାରୀ ଅଟନ୍ତି । ଏଥି ପୂର୍ବରୁ ସେ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଉଭୟ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ନୂତନ ଜିଲ୍ଲାପାଳ ଭାବେ ଦାୟୀତ୍ବ ଗ୍ରହଣ କରି ଦିବ୍ୟଜ୍ୟୋତି ପରିଡା ନିଜ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟ କରିବେ । ଜିଲ୍ଲାରେ ପୂର୍ବରୁ ଯେଉଁ ସବୁ କାର୍ଯ୍ୟମାନ ହୋଇଛି ସେଗୁଡିକ ନିଶ୍ଚିତ ଭାବେ ତ୍ବରାନ୍ବୀତ କରିବେ । ସରକାରଙ୍କର ଫାଇଭ୍-ଟି ଅନ୍ତର୍ଗତ କାର୍ଯ୍ୟଧାରାରେ ସମସ୍ତ କାର୍ଯ୍ୟକୁ କରିବା ସକାଶେ ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଜଣାଇଛନ୍ତି । କାର୍ଯ୍ୟାଳୟରେ ଯୋଗଦାନ ପରେ ଗ୍ରାମ୍ୟ ଉନ୍ନୟନମ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷରେ ଚାଲିଥିବା ଦିବ୍ୟାଙ୍ଗ ଜନ ସମାଧାନ କେନ୍ଦ୍ରରେ ଉପସ୍ଥିତ ରହି ଶୁଣାଣୀ କରି ୩ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତିନି ଚକିଆ ସାଇକେଲ ଆବଣ୍ଟନ, ୩ ଜଣଙ୍କୁ ଡି.ଆର୍.ଆଇ. ଲୋନ୍ ବଣ୍ଟନ କରିଥିଲେ । ସେହିଠାରୁ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ଗସ୍ତ କରିଥିଲେ ଓ ମା ଙ୍କ ଆଶୀର୍ବାଦ କାମନା କରିଥିଲେ । ଆଜିର ଏହି ସ୍ବାଗତ ପର୍ବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତି ଓ୍ବାସନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ୍, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କାର୍ଯ୍ୟାଳୟର କର୍ମଚାରୀଗଣ ଉପସ୍ଥିତ ଥିଲେ ।

0ca99d3e 800b 4aca a0a9 26648c8c2cd0

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: