ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳରେ ଓଡ଼ିଶା ଦିବସ ପାଳନ ନିମନ୍ତେ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୩୦/୦୩(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ସରକାରୀ ଓ ବେସରକାରୀ ଅନଷ୍ଠାନ ଗୁଡିକରେ ଓଡ଼ିଶା ଦିବସଟିକୁ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବୁଧବାର ଜୁମ୍ ଆଭାସି ବୈଠକରେ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇ ଜାଣଇଛନ୍ତି ଯେ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ନକରି ଓଡ଼ିଶା ଦିବସଟିକୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପୂର୍ବକ ଓଡ଼ିଶା ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ କହିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଚଳିତ ବର୍ଷ ର ଓଡିଶା ଦିବସଟିକୁ କିଭଳି ଭାବରେ ପାଳନ କରିବେ ତାହା ବୈଠକରେ ରାଜ୍ୟ ସରକାରଙ୍କ କଣ ସବୁ ନିର୍ଦ୍ଦେଶ ରହିଛି ତାହା ଜଣାଇଥିଲେ। ଚଳିତ ବର୍ଷ ଜିଲ୍ଲାର ସମସ୍ତ ଅଞ୍ଚଳ ମାନଙ୍କରେ ରହିଥିବା ଓଡିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିବାକୁ କୁହାଯାଇଛି । ସମସ୍ତ ଅଞ୍ଚଳ ମାନଙ୍କରେ ଓଡିଶା ସଂଗୀତ “ବନ୍ଦେ ଉତ୍କଳଜନନୀ ” ସଂଧ୍ଯା ଠିକ୍ ୬ ଘଟିକା ସମୟରେ ଗାନ କରିବାକୁ କୁହା ଯାଇଛି । ଓଡ଼ିଶାର ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଏକା ସହିତ ସଂ ଠିକ୍ ସମୟରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିବାକୁ ରାଜ୍ୟ ସରକାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ କୋଠା ମାନଙ୍କରେ ରଙ୍ଗବେରଙ୍ଗର ଆଲୋକରେ ଆଲୋକି କରଣ କରିବାକୁ କୁହାଯାଇଛି। ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅପ୍ରେଲ ପହିଲା ଦିନ ସକାଳ ୮ ଘଣ୍ଟା ସମୟରେ ଲୋୟର ବସଷ୍ଟାଣ୍ଡ ଠାରୁ ସହର ପରିକ୍ରମା ପୂର୍ବକ ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯିବ । ଦିନ ୧୦ ଘଣ୍ଟା ସମୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ। ଏଠାରେ ସଭା, ପୁରସ୍କାର ବିତରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନୃତ୍ୟ ପରିବଷଣ ହେବ । ସେହିପରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନୁଡ଼ିଶାଳ ବ୍ରହ୍ମପୁର ସହରରେ ସକାଳ ୭ ଘଟିକା ୧୫ ମିନିଟ ସମୟରେ ଗିରି ବଜାର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ସହର ପରିକ୍ରମା ପୂର୍ବକ ସହର ମଧ୍ୟରେ ଥିବା ସମସ୍ତ ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଆରମ୍ଭ କରାଯିବ। ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତିଭବନରେ ସନ୍ଧ୍ୟା ୫ ଘଟିକା ୪୫ ମିନିଟ ସମୟରେ ସମସ୍ତ ଅତିଥି ଓ ଜନସାଧରଣଙ୍କୁ ଉପସ୍ଥିତ ହେବାକୁ ଅନୁରୋଧ କରାଯାଉଛି, କାରଣ ଠିକ୍ ସଂଧ୍ୟା ୬ ଘଟିକା ସମୟରେ ରାଜ୍ୟର ସମସ୍ତ ଅଞ୍ଚଳରେ ଏକା ସମୟରେ ଓଡ଼ିଶା ସଙ୍ଗୀତ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯିବ । ପରେ ପରେ ସଭା ଆୟୋଜନ କରାଯାଇ, ଓଡିଶାର ପୂର୍ବ ପୁରି ମାନଙ୍କ ୧୨ ଗୋଟି ଦେଶାତ୍ମବୋଧକ ସଙ୍ଗୀତ ସ୍ଥାନୀୟ କଳାକାର ମାନକ ଦ୍ବାରା ପ୍ରସ୍ତୁତ କରାଯାଇ ଗାନ କରାଯିବ ।ଏବଂ ନୃତ୍ୟ ପରିବେଷଣ ହେବ । ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଲିନା କୁମାରୀ ଖେସ, ସମସ୍ତେ ଗୋଷ୍ଟି ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ, ବ୍ରହ୍ମପୁର ମହାନଗର ନିଗମର ଅଧିକାରୀ, ସି ଡି ପି ଓ ଏବଂ ସମ୍ପୃକ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: