ବ୍ରହ୍ମପୁର,୨୧/୯(ମନୋଜ କୁମାର ପାତ୍ର): ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିଅର ସିଟିଜେନସ ଫୋରମର ଏକ ଜରୁରୀ ବୈଠକ ଉପସଭାପତି ସୂର୍ଯ୍ୟକାନ୍ତ ପାତ୍ରଙ୍କ ଅଧ୍ୟକ୍ଷତାରେ ହିଲପାଟଣା ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।ସାଧାରଣ ସମ୍ପାଦକ ସୀମାଞ୍ଚଳ ପ୍ରସାଦ ବିଷୋୟୀ ସ୍ୱାଗତ ଭାଷଣ ଦେଇ ଜରୁରୀ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।ସଭାପତି ଶ୍ରୀ ରସବିହାରି ଦାସଙ୍କ ବିୟୋଗ ଏବଂ କୋଭିଡ-୧୯ ପରବର୍ତ୍ତୀ ସମୟରେ ସଂଗଠନର ସୁପରିଚାଳନା ଉପରେ ଆଲୋଚନା କରାଯାଇଥିଲା ।ଦିବଙ୍ଗତ ବରିଷ୍ଠ ସଭ୍ୟ ପି. ସତ୍ୟନାରାୟଣ ପାତ୍ର ଓ ବିଜୟ ଚନ୍ଦ୍ର ପଟ୍ଟନାୟକଙ୍କ ଅକାଳ ବିୟୋଗରେ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ।ଫୋରମର ଉପବିଧି ଉପରେ ଉପସଭାପତି ସୂର୍ଯ୍ୟକାନ୍ତ ପାତ୍ର କରି ଧାରା ୧୫(ଏ)ସନ୍ଦର୍ଭ ବ୍ୟବସ୍ଥା ଉପରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଭୀଷ୍ମଚାର୍ୟ୍ଯ ଚୌଧୁରୀ,ପ୍ରକାଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାରଣା, ଉପଦେଷ୍ଟା ବିଘନେଶ୍ୱର ପାଢ଼ୀ, ବରିଷ୍ଠ ସଭ୍ୟ ଶ୍ରୀ ନରସିଂହ ସାହୁ ଓ ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ କରିଥିଲେ ।ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଗାଇଡ଼ ଲାଇନ ନିର୍ଦ୍ଦେଶନାମା ପରେ ପରବର୍ତ୍ତୀ ମାସିକ ବୈଠକ ଆହୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |