ବ୍ରହ୍ମପୁର-୨୧/୯(ମନୋଜ କୁମାର ପାତ୍ର) : ଗଂଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଵ୍ରହ୍ମପୁର ସ୍ଥିତ କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ରୂପେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ତଥା ଜିଲା ପ୍ରଭାରୀ ରାଜୀବ ପଟ୍ଟନାୟକ,ରାଜ୍ୟ ସାଧାରଣ ସମ୍ପାଦକ ଗୋପନ ମାର୍ଥା ଯୋଗ ଦେଇଥିଲେ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାରେ କିପରି ଯୁବ ସଂଗଠନ ସୁଦୃଢ ହେବ ଆଲୋଚନା ହୋଇଥିଲା,ଆଗାମୀ ପଂଚାୟତ ନିର୍ବାଚନ ରେ ଯୁବ କଂଗ୍ରେସ ଭୂମିକା,ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ର ଅପାରଗତା ଦୁର୍ନୀତି ବିରୋଧ ରେ ଲୋକଙ୍କ ସାମ୍ନାକୁ କିପରି ଆସିବ ଆଲୋଚନା କରାଗଲା ,ଏହି କାର୍ଯ୍ୟକ୍ରମ ରେ ବିକାଶ ନାୟକ,ଦେବାଶିଷ ମହାନ୍ତି, ସୁପ୍ରଭା କୁମାରୀ ଦାସ,ସଂଗ୍ରାମ ରାଉତ,କଂହେୟା ଲାଲ ସାବତ,ପ୍ରଭାକର ତ୍ରିପାଠୀ,ମାଧବ ଗୌଡ଼, ଶିବ ପ୍ରସାଦ ବେହେରା, ଭବାନୀ ସାହୁ,ସିଦ୍ଧାନ୍ତ ସାହୁ,ଗଗନ ସାହୁ,ମହେଶ ଗୌଡ଼,ଟିକିନା ପ୍ରଧାନ,ପ୍ରେମ ନାୟକ,ପିତାମ୍ବର ଗୌଡ଼,ଦୀପକ ରାଉଳ,ସିଂଧୁ ,ରାମ ତ୍ରିପାଠୀ ,ରାମ ସାହୁ ପ୍ରମୁଖ ଯୁବ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |