ଗଞ୍ଜାମ ଟ୍ରକ ମାଲିକ ସଂଘର ମନମାନି ,ଆକ୍ରମଣ କାରୀଙ୍କୁ ଗିରଫ ଦାବି ନେଇ ଆଇଜିଙ୍କୁ ଭେଟିଲେ ଗଞ୍ଜାମ ମଲ୍ଟି ଏକ୍ସଲ ଟ୍ରକ ମାଲିକ ସଙ୍ଘ

ବ୍ରହ୍ମପୁର,୧୧/୦୪(ମନୋଜ କୁମାର ପାତ୍ର):ଗଞ୍ଜାମ ଟ୍ରକ ମାଲିକ ସଂଘର ସଦସ୍ୟ ମାନେ ଗଞ୍ଜାମ ମଲ୍ଟି ଏକ୍ସଲ ଟ୍ରକ୍ ମାଲିକ ସଙ୍ଘର ସମ୍ପାଦକ ଓ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ଓ ଧମକ ହୋଇଥିବା ନେଇ ଗତ ୪ତାରିଖରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ନେଇ ଗୋଳନ୍ଥରା ପୁଲିସ ୩ ମାମଲା ରୁଜୁ କରିବା ସହ ବର୍ତ୍ତମାନ ପଯ୍ୟନ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହା ସ୍ଵତେ ମଧ୍ୟ ଗଞ୍ଜାମ ଟ୍ରକ୍ ମାଲିକ ସଂଘର କିଛି ସଦସ୍ୟ ପୁଣି ଧମକ ଏବଂ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଥିବା ଯୋଗୁଁ ଆଜି ଗଞ୍ଜାମ ମଲ୍ଟି ଏକ୍ସଲ ଟ୍ରକ ମାଲିକ ସଙ୍ଘର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଏବଂ କାର୍ମକର୍ତା ମାନେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟ ବ୍ରତ ଭୋଇଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଛନ୍ତି । ମାଲ୍ ପରିବହନ ପାଇଁ ଗଞ୍ଜାମ ଟ୍ରକ୍ ମାଲିକ ସଂଘ ମନ ଇଚ୍ଛା ଟଙ୍କା ଆଦାୟ କରିବା ସହ ମୋଟା ଅଙ୍କରେ କମିଶନ ରହୁଛି । ଯାହାକୁ ବିରୋଧ କରିଥିଲା ଗଞ୍ଜାମ ମଲ୍ଟି ଏକ୍ସଲ ଟ୍ରକ ମାଲିକ ସଙ୍ଘ । ତେଣୁ ଗଞ୍ଜାମ ମଲ୍ଟି ଏକ୍ସଲ ଟ୍ରକ ମାଲିକ ସଙ୍ଘର ସଦସ୍ୟଙ୍କୁ ଗଞ୍ଜାମ ଟ୍ରକ୍ ମାଲିକ ସଂଘର ସଦସ୍ୟ ମାନେ ମରଣାତ୍ମକ ଆକ୍ରମଣକୁ ନେଇ ଆଜି ଦକ୍ଷିଣାଞ୍ଚଳଆଇଜିଙ୍କୁ ଅଭିଯୋଗ କରିଥିଲେ । ସେମାନଙ୍କ ନାମରେ ଗୋଳନ୍ଥରା ଥାନାରେ ୩ଟି ମାମଲା ଏବଂ ଗୋଷାଣୀନୂଆ ଗାଁ ଥାନାରେ ଗୋଟିଏ ମାମଲା ହୋଇଥିଲେ ମଧ୍ୟ ପୁଣି ସେମାନେ ଧମକ ଚମକ ଦେଉଥିବା ନେଇ ଆଇଜିକୁ ଜଣାଇଥିଲେ । ଏହି ପରିପକ୍ଷରେ ଆଇଜି ସତ୍ୟ ବ୍ରତ ଭୋଇ ଉଭୟ ସଂଘର ଅଭିଯୋଗ ମୋ ନିକରେ ପହଞ୍ଚିଛି । ବର୍ତମାନ ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ପରେ ଉଭୟ ସଂଘ ପାଇଁ ଯେପରି ସୁବିଧା ହେବ ସେଭଳି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ତେବେ କିଛି ଅଭିଯୁକ୍ତ ବର୍ତ୍ତମାନ ଯାଏଁ ଗିରଫ ନ ହୋଇ ବାହାରେ ବୁଲୁଥିବା ସହ ପୁଣି ଗଞ୍ଜାମ ମଲ୍ଟି ଏକ୍ସଲ ଟ୍ରକ ମାଲିକ ସଙ୍ଘର ସଦସ୍ୟମାନଙ୍କୁ ଧମକ ଚମକ ଦେଉଥିବା ଆଇଜି ଶ୍ରୀ ଭୋଇଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଉପରେ ଆଇଜି ଶ୍ରୀ ଭୋଇ ତୁରନ୍ତ ଏସଡିପିଓ ଓ ଥାନା ଅଧିକାରୀ ଙ୍କ ସହ ଆଲୋଚନା କରି ଆଗକୁ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ଦୃଷ୍ଟି ରଖାଯିବ ବୋଲି କହିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ମଲ୍ଟି ଏକ୍ସଲ ଟ୍ରକ ମାଲିକ ସଙ୍ଘର ସମ୍ପାଦକ ବିକ୍ରମ କେଶରୀ ପଟ୍ଟନାୟକ,ସହ ସମ୍ପାଦକ ବିନାୟକ ତ୍ରିପାଠୀ, ଉପସଭାପତି ପତିତ ପାବନ ସାହୁ,କୋଷାଧ୍ୟକ୍ଷ ସରୋଜ କୁମାର ପାଣିଗ୍ରାହୀ,ବରିଷ୍ଠ ଉପଦେଷ୍ଟା କାମନା ପାଢ଼ୀ,ଉପଦେଷ୍ଟା ସନ୍ତୋଷ ଶତପଥି,ଆଇନ ପରାମର୍ଶଦାତା ତଥା ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ଗୌଡ଼, ସଞ୍ଜିତ ପାଣିଗ୍ରାହୀ ସମେତ ଆଇନଜୀବୀ ସୁଶୀଲ ତ୍ରିପାଠୀ, ଜଗନ୍ନାଥ ମିଶ୍ର, ଅରୁଣ ବିଶ୍ୱାଳ, ସନ୍ତୋଷ ପଣ୍ଡା, ସୁଧୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

622e6bd7 7807 4989 b7da ce60021c5373

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!