ଗଞ୍ଜାମ ୧୮୧ ଆଇଏଏସ ପ୍ରୋବେସନାରି , ପରଖିଲେ ବିକାଶ କାର୍ଯ୍ୟର ସ୍ଥିତି

ବ୍ରହ୍ମପୁର ୩୧/୦୫ : ଗଞାମ ଜିଲ୍ଲାରେ ଗଞ୍ଜାମ ୧୮୧ ଆଇଏଏସ ପ୍ରୋବେସନାରି , ବିକାଶ କାର୍ଯ୍ୟର ସ୍ଥିତି ପରଖିଲେ ।  ମସୋରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନଷ୍ଟ୍ରେସନ୍ର ଯୁଗ୍ମ ନିର୍ଦ୍ଦେଶକ ରାଧିକା ରାସ୍ତୋଗୀଙ୍କ ନେତୃତ୍ୱରେ ୧୮୧ ଜଣ ଆଇଏଏସ ପ୍ରୋବେସନ ଅଫିସିୟର ଭାରତ ଦର୍ଶନ କାର୍ଯ୍ୟକ୍ରମରେ ଓଡିଶା ଆସିଛନ୍ତି। ୨୦୨୧ ବ୍ୟାଚ୍‌ର ୧୮୧ ଜଣ ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ଓଡିଶାରେ  ସ୍ମାର୍ଟ ସ୍ଲୁଲ ୫ଟି  (5t) ରୂପାନ୍ତରଣ ମଡେଲ, ଗ୍ରାମିଣ ବିକାଶ, ପର୍ଯ୍ୟଟନ, ଦକ୍ଷତା ବିକାଶ ବୁଲିବା ସହ ବିପର୍ଯ୍ୟୟ ପରିଚାଳନା କରିବାରେ କିପରି ଓଡିଶା ସାରା ବିଶ୍ୱରେ ରୋଲ ମଡେଲ ହୋଇପାରିଛି ତାହା ଶିଖିବା ସହ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ବିଭିନ୍ନ ଟିମ୍‌ରେ ବିଭକ୍ତ ହୋଇ ଏହି ଅଧିକାରୀମାନେ ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ,ଜଗତସିହଂପୁର,କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲା ବୁଲିଛନ୍ତି। ଗତକାଲି  ଏକ ୩୮ ଜଣିଆ ଟିମ୍‌ ଯୁଗ୍ମ ର୍ନିର୍ଦ୍ଦେଶିକା ରାଧିକା ରାସ୍ତୋଗୀଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ। ବ୍ରହ୍ମପୁର ସହରର ରାମଲିଙ୍ଗେଶ୍ବର ପାର୍କ,  ସ୍ପୋର୍ଟସ୍ ଏରେନା ପ୍ରମୁଖ ଗସ୍ଥ କରି ବିକାଶ ମୂଳକ କାର୍ଯ୍ୟକୁ ପରଖିଛନ୍ତି। ସେମାନେ ଛତ୍ରପୁର ଡିଆରଡିଏରେ ପହଞ୍ଚିବା ପରେ ଗଞ୍ଜାମ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ କହିଥିଲେ। ରାଜ୍ୟରେ ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ହାଇସ୍କୁଲ ଟ୍ରାନ୍ସଫରମେସନ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଥିଲା। ଏହାପରେ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ୫ଟି (5t) ଜରିଆରେ ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମ ଜାରି ରହିଛି। ଶିକ୍ଷାର ଏକ ପରିବର୍ତ୍ତନ ହୋଇପାରିଛି। ମନରେଗାରେ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇବାରେ ଭାରତରେ ୪ର୍ଥ ସ୍ଥାନ, ମହିଳାମାନଙ୍କୁ ସ୍ୱୟଂ ସହାୟକଗୋଷ୍ଠି ଜରିଆରେ ଆର୍ଥିକ ବିକାଶ, ସ୍ମାର୍ଟ ଅଙ୍ଗନାୱାଡି, ଜିଲାର ନିଜସ୍ୱ କାର୍ଯ୍ୟକ୍ରମ, ମୋ ଗାଆଁରେ ତହସିଲ, ମା ତାରାତାରିଣି ମନ୍ଦିରର ବିକାଶ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ମହିଳାମାନଙ୍କ ଦ୍ୱାରା ନିର୍ମିତ ସ୍ୱୟଂସିନ୍ଧା ଆଦି ସଂପର୍କରେ କହିଥିଲେ। ଏହି ଟିମ୍‌ ବ୍ରହ୍ମପୁରର ରାମଲିଙ୍ଗେଶ୍ବର ପାର୍କ, ମାଆ ତାରାତାରିଣୀ ମନ୍ଦିର, ଜଉଗଡ, ତାମ୍ପରା, ସ୍କୁଲ ରୁପନ୍ତରଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ଗଞ୍ଜାମ ପ୍ରଶାସନର ସେବା ଓ କାର୍ଯ୍ୟକୁ ଏହି ଟିମ୍ ବେଶ୍  ପ୍ରସଂଶା କରିଛନ୍ତି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: