ଗଞ୍ଜେଇ ଚାଲାଣ ବେଳେ ତିନି ଗିରଫ,୧୫ କେଜି ଗଞ୍ଜେଇ ଓ ଦୁଇ ବାଇକ ଜବତ

ମୁନିଗୁଡା,୨୯/୧ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ତିନି ଜଣକୁ ଗିରଫ କରିଥିବା ଜଣାପଡିଛି l ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶକ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଥାନା ଏସଆଇ ଚନ୍ଦ୍ରମା ଶବର, ଯଶୋବନ୍ତ କଅଁର, ଅଶୋକ କୁମାର ବିଶୋଇ, ନରସିଂହ ବେହେରା,ଏଏସଆଇ ଡି.ଦଳେଇ, କନେଷ୍ଟେବଳ ବିରଞ୍ଚି ନାରାୟଣ ଚୌଧୁରୀ, ରଘୁନାଥ ପ୍ରଧାନୀ, ଖଗେଶ୍ୱର ଦେହୁରୀ ଓ ଗ୍ରାମରଖି ପ୍ଲାଟୁନ କମାଣ୍ଡେର ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମୁନିଗୁଡାର ଗୋବର୍ଦ୍ଧନ ଛକ ନିକଟରେ ଗାଡି ଓ ହେଲିମେଟ ଯାଞ୍ଚ ସମୟରେ ଦୁଇଟି ବାଇକରେ ତିନି ଜଣ କିଛି ଜିନିଷ ଧରି ଆସୁଥିବା ଦେଖି ସନ୍ଧେହରେ ଯାଞ୍ଚ କରିବା ବେଳକୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା l ତୁରନ୍ତ ଦୁଇ ବାଇକ ସହ ତିନି ଜଣକୁ ଥାନାକୁ ଆଣି ପଚାରା ଉଚରା କରାଯାଇଥିଲା l ଉକ୍ତ ତିନି ଜଣ ହେଲେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଗୁଣ ରାଇତା, ଅନନ୍ତ ମାଝୀ ଓ ଆଉ ଜଣେ ବିହାର ରାଜ୍ୟ ଖାରିକ ଭଗଲପୁର ଅଞ୍ଚଳର ରଞ୍ଜିତ ସିଂ ବୋଲି ଜଣାପଡିଛି l ତେବେ ଏମାନଙ୍କ ଠାରୁ 15 କେଜି ଗଞ୍ଜେଇ ଯବତ କରିବା ସହ ଦୁଇଟି ବାଇକ ମଧ୍ୟ ଯବତ କରାଯାଇଛି l ଏମାନଙ୍କ ନାମରେ ମୁନିଗୁଡା ଥାନା କେଶ ନମ୍ବର 12/2021 ରେ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି l

WhatsApp Image 2021 01 29 at 11.24.55 AM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: