ଗଞ୍ଜେଇ ଚାଲାଣ ବେଳେ ବାଇକ୍ ସହ ଜଣେ ଯୁବକ ଗିରଫ

ନବରଙ୍ଗପୁର୩/୩( ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚାଲାଣ ମାମଲାରେ ଜଣେ ଆସାମୀକୁ ଆଜି କୋଷାଗୁମୁଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଆସାମୀ ଜଣକ କୋଟପାଡ଼ ଥାନା ଶିରିସି ଗ୍ରାମର ପର୍ଶୁରାମ ମାଝୀ ( ୩୩ ) । ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡ଼ା ପୋଲିସ ଆଜି ସକାଳ ପ୍ରାୟ ୫ ଘଣ୍ଟା ସମୟରେ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଦାଡିଆଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଇନ୍ଦ୍ରାବତୀ ନଦୀଘାଟ ନିକଟରୁ ଏକ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରିଥିଲା । ବାଇକ କୁ ଅଟକାଇବା ପରେ ପୁଲିସ ଯାଞ୍ଚ କରିବାରୁ ପର୍ଶୁରାମ ଠାରୁ ପ୍ରାୟ ୫୪ କିଲୋ ୨୫୦ ଗ୍ରାମ ଗଞ୍ଜେଇ ସହ ଗ୍ରୀନ କାର୍ଡ , ଏଟିଏମ , ଡ୍ରାଇରିଂ ଲାଇସେନ୍ସ , ପାନକାର୍ଡ ଜବତ କରିବା ପରେ ଆଜି ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ସହ ବାଇକ କୁ ପୁଲିସ ଜବତ କରିଥିବା କୋଷାଗୁମୁଡ଼ା ଥାନା ଅଧୁକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: