ଗଜପତି-୭/୮(ମନୋଜ କୁମାର ପାତ୍ର): ଆର୍ ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୮୦ କେଜି ଗଞ୍ଜେଇ ସହ ମେକସ ପିକଅପ (OR-02-AC-8218) ଜବତ କରାଯାଇଛି । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ ଏବଂ ପାରଳାଖେମଣ୍ଡି ସଦର ନିରୀକ୍ଷକ ବାଳକୃଷ୍ଣ ପରିଡା ଓ ଆର୍. ଉଦୟଗିରି ଉପ ନିରୀକ୍ଷକ ବିଙ୍ଗରାଜ ଦାମୀଙ୍କ ତତ୍ବାବଧାନରେ ଏହି ଚଢାଉ ପାଇଁ ଆଦେଶ ଦେଇଥିଲେ । ଫଳରେ ଅବକାରୀ ଉପ ନିରୀକ୍ଷକ ଶ୍ରୀ ଦାମୀଙ୍କ ତତ୍ବାବଧାନରେ ଆର,ଉଦୟଗିରି ଅବକାରୀ ବିଭାଗ ରବିବାର ବିଶ୍ବସୁ ସୂତ୍ରରୁ ଖବର ପାଇ ଆର୍.ଉଦୟଗିରି ଥାନାର ଶବରପଲ୍ଲୀ ଛକ ନିକଟରୁ ଗଞ୍ଜେଇ ସହ ଏକ ମେକସ ପିକପ ସହ ଏଥିରେ ଜଣଙ୍କୁ ଗିରଫ କରାଯାଇଛି ଅଭିଯୁକ୍ତ ଜଣକ ହେଲେ ଅନୁଗୁରୁ ଲାଟିଙ୍ଗ ଗ୍ରାମର ମୋହନ ମଣ୍ଡଳ(୨୩) ଗିରଫ କରି କୋର୍ଟ ଚାଲଣ କରିଛି ଆର୍ ଉଦୟଗିରି ଅବକାରୀ ବିଭାଗ ଏହି ଚଢାଉରେ ଆର,ଉଦୟଗିରି ଅବକାରୀ ବିଭାଗର ଏସଆଇ ଘନଶ୍ୟାମ ଜେନା କନେଷ୍ଟବଳ ପ୍ରମୁଖ ସାମିଲ ହୋଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |