ନବରଙ୍ଗପୁର,୧୨/୧୧( ଭୂଦେବ ଗୌଡ ) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଉକିଆପାଲୀ ପଞ୍ଚାୟତ ଅନ୍ତର୍ଗତ ପନାରାଗୁଡାଠାରେ ଆଜି କପିଟେଣ୍ଟ ଅଥରୀଟି କଲିକତାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ମାଫିଆଙ୍କ ୪କୋଟିର ସମ୍ପତ୍ତିକୁ ଜବତ କରିଛି ପୋଲିସ । ଜିଲ୍ଲାର ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ଲକ୍ଷ ଟଙ୍କାର ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତି ଜବତ କରିଛି ନବରଙ୍ଗପୁର ପୋଲିସ । ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଜିଲ୍ଲା ତଥା ପୋଡ଼ାଶୀ ଜିଲ୍ଲା ଏବଂ ପୋଡ଼ଶୀ ରାଜ୍ୟ ଗଞ୍ଜେଇ ମାଫିଆଙ୍କ ପାଇଁ ଚୋରାଭୂମି ପାଲଟି ଯାଇଥିଲା ନବରଙ୍ଗପୁର ଜିଲ୍ଲା । ଜିଲ୍ଲା ତଥା ପୋଡ଼ାଶୀ ଜିଲ୍ଲାରୁ କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର ବାହାର ରାଜ୍ୟକୁ ଗଞ୍ଜେଇ କାରବାର ଚାଲିଥିବା ବେଳେ ନବରଙ୍ଗପୁର ଦେଇ ମାଫିଆ ମାନେ ବିଭିନ୍ନ ଉପାୟ ରେ ଗଞ୍ଜେଇ କାରବାର କରୁଥିଲେ । ଅନେକ ସମୟରେ ପୋଲିସ ଗଞ୍ଜେଇ ଚୋରାଚାଲାଣ ବେଳେ ବ୍ୟବହୁତ ଗାଡିଗୁଡିକୁ ଜବତ କରି ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ଗତ କିଛି ବର୍ଷ ପୂର୍ବେ ଏକ ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା । ଲକଡାଉନ ସମୟରେ ଏହି ମାଫିଆମାନେ ସକ୍ରିୟ ରହି ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିଲା । ଯାହା ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଥିଲେ ମାଫିଆ ସଜାଗ ହୋଇଥିଲା ନବରଙ୍ଗପୁର ପୋଲିସ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗଞ୍ଜେଇକୁ ଜବତ କରିଥିବା ସହ ମାଫିଆଙ୍କ ବ୍ୟବହୁତ ଗାଡିଗୁଡିକୁ ଜବତ କରିଥିଲା । ଏହାସହ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛି ନବରଙ୍ଗପୁର ପୋଲିସ । ଏଥିପାଇଁ ମାଫିଆଙ୍କ କଳା କାରବାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇ ସମ୍ପତ୍ତି ଜବତ କରିଛି ନବରଙ୍ଗପୁର ପୋଲିସ । ଆଜି କପିଟେଣ୍ଟ ଅଥରୀଟି କଲିକତାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ମାଫିଆ ସମେତ ୮ଜଣଙ୍କ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ବ୍ୟାଙ୍କ ଜମାଖାତା, ଜମିଘର ଡିହ ଓ ଘର ପ୍ରଭୃତି ପ୍ରାୟ ୪କୋଟିର ସମ୍ପତ୍ତିକୁ ଜବତ କଲା ନବରଙ୍ଗପୁର ପୋଲିସ । ଓଡିଶାରେ ପ୍ରଥମଥର ପାଇଁ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଏହିଭଳି ଦୃଢ ପଦକ୍ଷେପ ନେଇଛି ନବରଙ୍ଗପୁର ପୋଲିସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |