ଗଣତନ୍ତ୍ର ଦିବସରେ ୯୦୧ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ

ନୂଆଦିଲ୍ଲୀ,୨୫ା୧: ଆସନ୍ତାକାଲି ସମଗ୍ର ଦେଶ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ । ତେବେ ଏହି ସାଧାରଣତନ୍ତ୍ର ଦିବସରେ ଦେଶର ୯୦୧ ଜଣଙ୍କୁ ପୋଲିସ ମେଡାଲ ଦିଆଯିବ । ଯେଉଁଥିରେ ଓଡିଶାର ଦୁଇଜଣ ବୀର ଯୋଦ୍ଧାଙ୍କ ନାଁ ମଧ୍ୟ ସାମିଲ ରହିଛି ।  ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ଅବସରରେ୯୦୧ ଜଣ ପାଇବେ ପୋଲିସ ମେଡାଲ । ସେଥିମଧ୍ୟରୁ ଡି.ଏସ୍ କୁଟ୍ଟେ ଏବଂ କନେଷ୍ଟବଳ ପ୍ରହଲାଦ ରାଉତଙ୍କ ସମେତ ମୋଟ୍ ୯୩ ଜଣଙ୍କୁ ରଷ୍ଟ୍ରପତି ପୋଲିସ ମେଡାଲ ମିଳିବ । ତେବେ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଏଥିସହିତ ୧୪୦ଜଣ ପୋଲିସ କର୍ମଚାରୀ ସାହାସିକତା ପୁରସ୍କାର ପାଇବେ । ଏତତ୍ ବ୍ୟତୀତ ସମ୍ମାନଜନକ ସେବା ପାଇଁ ୬୬୮ ଜଣ ପୋଲିସ କର୍ମଚାରୀ ସମ୍ମାନିତ ହେବ ।ଏହି ସମ୍ମାନ ଜନକ ସେବ ପାଇଁ ଓଡିଶାରୁ ୧୧ ଜଣ ପୋଲିସ କର୍ମଚାରୀଙ୍କ ପୁରସ୍କୃତ ହେବେ । ଏତତ୍ ବ୍ୟତୀତ ଓଡିଶାରୁ ଆପିଏସ୍ ଡି.ଏସ୍ କୁଟ୍ଟେ ରାଷ୍ଟ୍ରୁପତି ପୋଲିସ ମେଡାଲ ପାଇବେ ବେଳେ ପ୍ରହଲ୍ଲାଦ ରାଉତଙ୍କୁ ମଧ୍ୟ ଏହି ପୁରସ୍କାର ମିଳିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: