ଗଣେଶ ପୂଜା ଉପଲକ୍ଷେ ଦିବ୍ୟ ପ୍ରବଚନ ଓ ଦୀପ ପ୍ରଜ୍ବଳନ।

 

ଗଞ୍ଜାମ-୧୯/୯(ମନୋଜ କୁମାର ପାତ୍ର) :ଗଣେଶ ପୂଜା ଉପଲକ୍ଷେ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁମାରପାଣି ପଞ୍ଚାୟତର କୁମାରପାଣି ଗ୍ରାମରେ ଦୀର୍ଘ ୯ଦିନ ଧରି ପ୍ରଭୁ ଗଜାନନଙ୍କ ପୂଜାଚାଲୁ ରହିଥିବା ବେଳେ ଅନ୍ତିମ ଦିନ ଏକ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ପୂଜା କମିଟି ଙ୍କ ପୋୖରହିତ ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ସୁନାମ ଧନ୍ୟ ଆଧ୍ୟାତ୍ମିକ ପ୍ରବକ୍ତା ମାନସ ଭକ୍ତିରତ୍ନ ପଣ୍ଡିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରଥ ଦିବ୍ୟ ପ୍ରବଚନ ପ୍ରଦାନ କରି ପ୍ରଭୁ ରାମ ଙ୍କ କଥା ଓ ଗାଥା ବର୍ଣ୍ଣନାକରିବା ସହିତ ସବରୀ ମହାରାଣୀ କିପରି ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ ତାହା ବିଶଦ ଭାବରେ ବୁଝାଇ ଥିଲେ।ସମାଜରେ ସଂସ୍କାରର ଆବଶ୍ୟକ କିପରି ଜରୁରୀ ତାହା ମଧ୍ୟ ଆଲୋକ ପାତ କରିଥିଲେ।ଗୀତିକାର,କଣ୍ଠଶିଳ୍ପୀ, ସାମ୍ବାଦିକ ଓ ଶିକ୍ଷକ ସରୋଜ କୁମାର ମହାନ୍ତି ନିଜର ସୁଲଳିତ କଣ୍ଠରେ ଭଜନ ଗାନ କରିବା ସହିତ ରାମ କଥାକୁ ଆଲୋଚନା କରି ସ୍ରୋତା ମାନକୁ ମୁଗ୍ଧ କରଥିଲେ ।ଏଥିରେ ପୂଜା କମିଟିର ଶିବରାମ ପ୍ରଧାନ,ସୁଧୀର କାନ୍ତ ମହାରଣା,ଅରୁଣ ମହାରଣା,ଚୌଧୁରୀ ପ୍ରଧାନ,ଗଉରା ପ୍ରଧାନ,କୃଷ୍ଣଚନ୍ଦ୍ର ପ୍ରଧାନ,ରବିନ୍ଦ୍ର ମହାରଣା,ବାପୁଜି ମହାରଣା ଓ ସାହିବାସିନ୍ଦା କାର୍ଯ୍ୟକ୍ରମକୁ ସହଯୋଗ କରିବା ସହିତ ଦିବ୍ୟ କଥା ଶ୍ରବଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: