ଗଭୀର ସମୁଦ୍ରରେ ଟ୍ରଲର ନିଖୋଜ ,ଅଳ୍ପକେ ବର୍ତ୍ତିଲେ ମତ୍ସଜୀବୀ

ପଟ୍ଟାମୁଣ୍ଡାଇ, ୧୭/୦୬:ଙ୍ଗୋପସାଗରରେ ନିଖୋଜ ହୋଇଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ମତ୍ସ୍ୟଜୀବୀ ଠାବ । ସମସ୍ତ ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ତଟରକ୍ଷୀ ବାହିନୀ ।କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ନିକଟ ସମୁଦ୍ରରେ ଟ୍ରଲର ନିଖୋଜ ହୋଇଥିବା ଜଣାପଡିଛି । ଉପାସନା-୧ ଟ୍ରଲରରେ ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ଗତକାଲି ସକାଳେ ମତ୍ସଜୀବୀ ମାନେ ତାଳଚୁଆ ଅଞ୍ଚଳରୁ ମାଛ ମାରିବକୁ ସମୁଦ୍ର ଭିତରକୁ ଯାଇଥିଲେ ।ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ପାଇ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ। ସେମାନଙ୍କୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଥିଲା । ଅଧା ବୁଡ଼ି ଯାଇଥିବା ଅବସ୍ଥାରେ ଟ୍ରଲରକୁ ଠାବ କରାଯାଇଥିଲା ।  ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ସନ୍ଧାନ ବେଳେ ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। କୋଷ୍ଟଗାର୍ଡ ତଥା ସାମୁଦ୍ରିକ ଥାନା କର୍ମଚାରୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାରିଥିବା ସୂଚନା ମିଳିଛି। ଏନେଇ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ କହିଛନ୍ତି, ଖବର ପାଇ ଆମେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲୁ। ଟ୍ରଳରଟି ସମୁଦ୍ରରେ ଗତକାଲି ଅଧା ବୁଡ଼ିଥିବା ବେଳେ ଆଜି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ନିଖୋଜ ହୋଇଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: