ନୂଆଦିଲ୍ଲୀ,୧୯/୪ : ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି । ବାହାଘର ପାଇଁ ଗରୀବ ଝିଅଙ୍କୁ ମିଳିବ ୧ ଲକ୍ଷ ଟଙ୍କା । ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିଶୁ ଏବଂ ମହିଳାଙ୍କ ସୁବିଧା ପାଇଁ ଚାଲିଥିବା ଯୋଜନାଗୁଡିକର ସମୀକ୍ଷା କରିଛନ୍ତି। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ପ୍ରତ୍ୟେକ ମଣ୍ଡଳ ମୁଖ୍ୟାଳୟରେ ଅତିକମରେ ଗୋଟିଏ ମହିଳା ସଂରକ୍ଷଣ ଗୃହ ଓ ମହିଳା ଶରଣାଳୟର ପ୍ରତିଷ୍ଠା କରାଯିବ । ଏହାକୁ ପ୍ରାଥମିକତା ଭାବେ କରାଯିବ । ଗରିବ ଲୋକଙ୍କ ଝିଅଙ୍କ ବିବାହ ପାଇଁ ସହାୟତା ରାଶି ୫୧ ହଜାର ଟଙ୍କାରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଲକ୍ଷ୍ନୌରେ କ୍ୟାବିନେଟ୍ ସମ୍ମୁଖରେ ସାମାଜିକ ସୁରକ୍ଷା କ୍ଷେତ୍ରର ଆଠଟି ବିଭାଗର କାର୍ଯ୍ୟ ଯୋଜନା ଉପସ୍ଥାପନା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ ତଥା ଶିଶୁଙ୍କ ପ୍ରତିପୋଷଣ ପାଇଁ କାର୍ଯ୍ୟ କରୁଛନ୍ତି।ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ, ପଂଜୀକୃତ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ସ୍ନାତକ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦେବା ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ନିର୍ମାଣ ଶ୍ରମିକଙ୍କ ପୁଅ-ଝିଅ ଏବଂ ଅନାଥ ଶିଶୁଙ୍କ ପାଇଁ ୧୮ ମଣ୍ଡଳରେ ଅଟଳ ଆବାସୀୟ ବିଦ୍ୟାଳୟର ପରିଚାଳନା କରାଯାଉ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |