ବ୍ରହ୍ମପୁର-୨୬/୫(ମନୋଜ କୁମାର ପାତ୍ର)ଗୋସେବା ହଁ ମାନବିକତାର ମହତ ସେବା । ମହାମାରୀ କରୋନା ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ପାଇଁ ରାଜ୍ଯ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ସମଗ୍ର ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ଗୋରୁଗାଈ ସେବାରେ ନିୟୋଜିତ ଥିବା ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କ ଏହି ସେବା ଜାରି ରହିଛି । କେଉଁଟି ଦୁର୍ଘଟଣାଗ୍ରସ୍ତ ହେଇ ଆଘାତ ପାଇଲେ କିମ୍ବା ରୋଗକ୍ରାନ୍ତରୁ ଟଳିପଡି଼ଲେ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି ଗାଈଟିର ସେବାଶ୍ରୁଶ୍ରୁଷା କରି ସହରରେ ବର୍ତମାନ ପ୍ରଶଂସାର ପାତ୍ର ହୋଇଛନ୍ତି । ଆଜି ଏକ ଗାଈ କୌଣସି ଏକ କାରଣରୁ ଛଟପଟ ହେଉଥିବା ଶ୍ରୀ ଚୌଧୁରୀ ଖବର ପାଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ସମୟ ନଷ୍ଟ ନକରି ବ୍ରହ୍ମପୁର ଗାନ୍ଧୀନଗର ୪ର୍ଥ ଗଳିରେ ପହଞ୍ଚିଥିଲେ । ସଂଗେ ସଂଗେ ପଶୁ ଡ଼ାକ୍ତରଖାନାର ଡାକ୍ତରଙ୍କୁ ଖବର ଦେଇଥିଲେ । ସେମାନେ ଆସି ପରୀକ୍ଷା କରି ଦେଖିଲେ ଗାଈଟି ଆସନ୍ନ ପ୍ରସବ ପୀଡାରୁ ସେ ଉଠିପାରୁନି ଏବଂ କୌଣସି ଅସୁବିଧା ଯୋଗୁଁ ଛୁଆଟିକୁ ଜନ୍ମ ଦେଇପାରୁନି । ଶେଷରେ ବହୁ ଚେଷ୍ଟା କରି ମଲା ବାଛୁରୀକୁ ବାହାର କରିଥିଲେ । ଏହା ଦେଖି ସ୍ବେଚ୍ଛାସେବୀଙ୍କ ଆଖିରୁ ଲୁହ ଆସିଯାଇଥିଲା । ସେ ଯାହା ହେଉ ଗାଇଟିର ଜୀବନ ବଂଚିଯାଇଥିବାରୁ ସେମାନେ ଖୁସି ଅନୁଭବ କରିଥିଲେ । ଏଥିରେ ପଶୁ ଚିକିତ୍ସକ କଂଗ୍ରେସ ସାହୁ, ଏସ. ସାଇରାମ ରେଡ୍ଡୀ, ଏସ. ପ୍ରଣୟ ପ୍ରସାଦ ରେଡ୍ଡୀଙ୍କ ସମେତ ସ୍ବେଚ୍ଛାସେବୀ ତଥା ଟ୍ରିବୁଟ କ୍ଲାସ ଡାଇରେକ୍ଟର ରାଜେଶ କୁମାର ପଣ୍ଡା, ଲଲାଟେନ୍ଦୁ ଚୌଧୁରୀ, ଆନନ୍ଦ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ । କରୋନା ଭୁତାଣୁକୁ ନେଇ ସାରା ରାଜ୍ୟ ଏବଂ ଜିଲ୍ଲା ଭୟବିତ ଥିବା ବେଳେ ଭାୟବିତ ନହୋଇ ସତର୍କତା ଅବଲମ୍ବନ କରି କାର୍ଯ୍ୟ କରୁଥିବା ଯୋଗୁଁ ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳର ଜନସାଧାରଣ ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ପଶୁ ଚିକିତ୍ସାରେ ନୀୟୋଜିତଥିଵା ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଥିଲେ । ଯାହାକୁ ନେଇ ସହରରେ ପ୍ରଶଂସାର ସୁଅ ଛୁଟୁଛି…।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |