ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୪/୦୫ :ଦେଶରେ ଗହମ ଦର ବୃଦ୍ଧି ରୋକିବା ଲାଗି ଭାରତ ବିଦେଶକୁ ଗହମ ରପ୍ତାନି ଉପରେ ନିଷେଧାଜ୍ଞା ଜାରି କରିଛି। ଏହି ନିଷେଧାଦେଶ ତତ୍‌କ୍ଷଣାତ୍‌ ଲାଗୁ କରାଯାଇଥିବା କଥା ଶୁକ୍ରବାର ରାତିରେ ପ୍ରକାଶିତ ବିଜ୍ଞପ୍ତିରେ ସରକାର କହିଛନ୍ତି। ଗହମ ରପ୍ତାନିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । କିଛି ପଡୋଶୀ ଦେଶ ଓ ଗହମର ଜରୁରୀ ଆବଶ୍ୟକତାକୁ ନଜରରେ ରଖି କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଛନ୍ତି । ସୂଚନା ଅନୁଯାୟୀ ଦେଶର ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି । ଆହୁରି କୁହାଯାଇଛି କି ଭାରତ ସରକାରଙ୍କ ବିନା ଅନୁମତି ବିନା ବାହାରକୁ ଗହମ ଯାଇପାରିବ ନାହିଁ । ଆନ୍ତର୍ଜାତୀୟ ବଜାରରେ ଗହମର ଚାହିଦା ବଢ଼ୁଥିବା ବେଳେ ଗହମର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରଭାବ ଯୋଗୁ ବର୍ତ୍ତମାନ ଗହମର ଚାହିଦା ବଢ଼ିବାରେ ଲାଗିଛି । ଏମିତି କି ଗହମର ମୂଲ୍ୟ ୪୦% ବୃଦ୍ଧି ପାଉଥିବା କାରଣରୁ ଅନ୍ୟ ଦେଶ ଗୁଡ଼ିକ ଗହମକୁ ନେଇ ଚିନ୍ତାପ୍ରକଟ କଲେଣି । ତେଣୁ କେନ୍ଦ୍ର ସରକାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଗହମ ରପ୍ତାନି ଉପରେ ରୋକ୍‌ ଲଗାଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ଗହମ ଆବଶ୍ୟକ କରୁଥିବା ଦେଶ ଗୁଡ଼ିକ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି କୋହଳ କରାଯିବ ବୋଲି କୁହାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: