‘ଗାଁକୁ କାମ ଆଉ ମା’କୁ ସମ୍ମାନ ବିଜୁ ବାବୁଙ୍କ ଆହ୍ୱାନ ଆଜି ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଛି ’

(ରାଜକନିକାରେ ବ୍ଲକ୍‌ସ୍ତରୀୟ ପଂଚାୟତରାଜ ଦିବସ ପାଳିତ)

ରାଜକନିକା,୫/୩:ଏକଦା ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗାଁର ଉନ୍ନତି ପାଇଁ ଅନେକ କିଛି ଚିନ୍ତା କରିଥିଲେ । ଓଡ଼ିଶାର ଉନ୍ନତି ଆଉ ଓଡ଼ିଆଙ୍କ ଉନ୍ନତି ପାଇଁ ଅହରହ ଉଦ୍ୟମ କରିଥିଲେ । ଗାଁକୁ କାମ ଆଉ ମା’କୁ ସମ୍ମାନ ଭଳି ସ୍ଲୋଗାନ୍ ଦେଇ ଓଡ଼ିଶାର ଗ୍ରାମାଅଂଚଳରେ ରହିଥିବା ଗରିବ ଲୋକମାନଙ୍କ ଆର୍ଥିକ ସ୍ୱଚ୍ଛଳତା ଦିଗରେ ପଦକ୍ଷେପ ନେଇଥିଲେ । ଏହା ସହିତ ନାରୀ ଜାତି ପ୍ରତି ତାଙ୍କର ଅହେତୁକ ସମ୍ମାନ ଓଡ଼ିଶାରେ ମହିଳାମାନଙ୍କୁ ଆଗଧାଡ଼ିକୁ ଆଣିବାରେ ଅଧିକ ସହାୟକ ହୋଇପାରିଛି । ଏହି କାରଣରୁ ୩୩ ଭାଗ ମହିଳା ସଂରକ୍ଷଣ ଏବଂ ପଂଜାୟତରାଜ ବ୍ୟବସ୍ଥାର ସୁଫଳ ଆଜି ପଂଚାୟତ ମାନଙ୍କରେ ଦେଖିବା ପାଇଁ ମିଳିପାରିଛି ବୋଲି ରାଜକନିକା ବ୍ଲକସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଏବଂ ପଂଚାୟତିରାଜ ଦିବସ ପାଳନ ଅବସରରେ ରାଜକନିକା ବିଡ଼ିଓ ଅଶୋକ କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି । ଉପବିଭାଗୀୟ ଅଧିକାରୀ ଅବକାଶ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସ ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟଅର୍ପଣ କରି ସୁସ୍ଥ ପଂଚାୟତିରାଜ ପାଇଁ ବିଜୁଙ୍କ ଆଦର୍ଶକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ । କନିକା ତହସିଲଦାର ପ୍ରେମାନନ୍ଦ ବେହେରା, ସରପଂଚ ଉତ୍ତମ ସେନାପତି, ଦେବଦତ୍ତ ଦାସ, ସାମ୍ବାଦିକ ଶିବରାମ ଦାସ, ଜିଆର୍‌ଏସ୍ ସୁବାଶ ସାହୁ ପ୍ରମୁଖ ବିଜୁ ବାବୁଙ୍କ ବହୁଗୁଣାବଳୀ ସଂପର୍କରେ ଆଲୋକପାତ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜକନିକା ବ୍ଲକ୍‌ର ସମସ୍ତ ସରପଂଚ, ସମିତି ସଭ୍ୟ, ଜିଆରଏସ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ପିଇଓ ଅନିତ୍ୟ କୁମାର ମିଶ୍ର, ପିଇଓ ଅଶୋକ କୁମାର ଦାସ ଏବଂ ଧନେଶ୍ୱର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: