ଅନୁଗୁଳ ୫।୬: ଆରମ୍ଭ ହେଲା ଗାଁ ଅମ୍ବ ପସରା କାର୍ଯ୍ୟକ୍ରମ । ରଜ ସାବିତ୍ରୀକୁ ଦୃଷ୍ଟିରେ ରଖି ଅନୁଗୁଳ ପ୍ରଶାସନ ଆରମ୍ଭ କଲା ଗାଁ ଅମ୍ବ ପସରା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଜୁନ୍ ୧୫ ତାରିଖ ଚାଲିବ । ଭଳିକି ଭଳି ସୁଆଦିଆ ଆମ୍ୱ ସୁଲଭ ଦରରେ ପ୍ରତି ଗାଁରେ ପହଂଚାଇବ ପ୍ରଶାସନ । ଲକଡାଉନ ଯୋଗୁଁ ଲୋକେ ଗୃହ ବନ୍ଦୀ ହୋଇଥିବାରୁ ତଥା କୋଭିଡ ସଂକ୍ରମଣ ରୋକିବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କ ଘର ପାଖକୁ ଯାଇ ଏହି ଗାଡି ଗୁଡିକ ପହଁଚିବ । ଲୋକେ ନିଜ ଘର ଦୁଆରେ ମନ ମୁତାବକ ସୁଆଦିଆ ଆମ୍ଭ କିଣିବାର ସୁଯୋଗ ପାଇବେ । ଯଦି ବେଶୀ ଆମ୍ଭ ଦରକାର ତେବେ ଆପଣ ଆଗୁଆ ଆଡ଼ଭାନ୍ସ କରି କଲ୍ କଲେ ଆମ୍ବ ଲୋକମାନଙ୍କ ପାଖରେ ପହଞ୍ଚାଯିବାର ଲକ୍ଷ୍ୟ ରହିଛି । ଏପରି ବ୍ୟବସ୍ଥା ହେତୁ ଉଭୟ ଆମ୍ଭ ଚାଷୀ ଏବଂ ବ୍ୟବସାୟୀ ବେଶ ଲାଭବାନ ହେବେ । ଆଜି ଆନୁଷ୍ଠାନିକ ଭାବେ ଜିଲ୍ଲାପ୍ରଶାସନର ଅନଗୁଳ ଏହି ଗାଁ ଅମ୍ବ ପସରା କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |