ଗାଁରେ ଚଇତି ପର୍ବ ଚାଲିଥିବା ବେଳେ ୩ ବର୍ଷ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

କୋରାପୁଟ, ୧୪/୦୪:   କୋରାପୁଟ ସଦର ଥାନା ପଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ ତିନି ବର୍ଷର ପୁତ୍ର ସନ୍ତାନକୁ ଗଳା କାଟି ହତ୍ୟା କରିଛି ମାଆ । କୋରାପୁଟ ସଦର ଥାନା ଲୁକୁମାରୀ ଗାଁରେ ବର୍ବର କାଣ୍ଡ ଘଟିଯାଇଛି । ଗାଁରେ ଚଇତି ପର୍ବ ଚାଲିଥିବା ବେଳେ ୩ ବର୍ଷ ପୁଅର ମୁଣ୍ଡ କାଟି ହତ୍ୟା କଲା ମା ।ଗତକାଲି ଗ୍ରାମରେ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମରେ ପୁଜାର୍ଚ୍ଚନା ସହ ମଦ୍ୟପାନ କରିଥାନ୍ତି ଗ୍ରାମବାସୀ । ଏହି ଅବସରରେ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ନା କିଛି ଅନ୍ଧବିଶ୍ୱାସ ରଖି ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ କରାଯାଉଛି। ଗତକାଲି ସ୍ଵାମୀ ଗଙ୍ଗା ମୁଦୁଲି ଓ ସ୍ତ୍ରୀ ଫୁଲମତି ମୁଦୁଲି (ଆସାମୀ)ଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ପାରିବାରିକ କୋଳହକୁ ନେଇ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରାଯାଇଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ହୋଇଛି ସେ ନେଇ କିଛି ଜଣାପଡ଼ିନାହିଁ । ଏ ସମସ୍ତ ଦିଗକୁ ନେଇ ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଅଭିଯୁକ୍ତ ମାଆ ଫୁଲମତି ମୁଦୁଲିକୁ ପୋଲିସ ହାଜତରେ ରଖାଯାଇଛି ଏବଂ ସ୍ବାମୀଙ୍କୁ ପଚରା ଉଚରା ଚାଲିଛି ତେବେ ଦୁହେଁ ଏବେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ସୂଚନା ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!