ମାଲକାନଗିରି, ୨୨/୫(ଶ୍ରୀନିବାସ ପଣ୍ଡା):ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସେରପାଲି ଗ୍ରାମ ପଞ୍ଚାୟତ ର ବାଲିଆଗୁଡା ଗ୍ରାମ ରାସ୍ତା ଅବସ୍ଥା ଦୀର୍ଘ ଦିନ ଧରି ଅତ୍ୟନ୍ତ ଶୋଚନୀୟ ହେଇ ପଡ଼ିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଠାରୁ ଦେଢ଼ କିଲୋମିଟର ଦୂରରେ ଥିବା ଏହି ଗାଁ କୁ ସଂଯୋଗ କରୁଥିବା ମାଟି ରାସ୍ତା ଖାଲଖମାରେ ଭରି ରହିଥିବାରୁ ଯାତାୟାତ କରିବା ମଧ୍ୟ କଷ୍ଟସାଧ୍ୟ ହେଉଥିଲା। ବର୍ଷା ଦିନରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଏ ନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚ, ଗୋଷ୍ଠି ଉନ୍ନୟନ ଅଧୁକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନେତାଙ୍କୁ ଅନେକ ସମୟରେ ଗୁହାରି କରି ନିରାଶ ହେବା ହେବା ସାର ହେଇଥିଲା। ସ୍ଥାଣୁ ପ୍ରଶାସନ ଏବିଷୟକୁ ଗୁରୁତ୍ୱ ନଦେବା ଫଳରେ ଗ୍ରାମବାସୀ ସର୍ବ ସମ୍ମତି କ୍ରମେ ରାସ୍ତା ନିର୍ମାଣର ଗୁରୁ ଦାଇତ୍ୱ ନିଜ ମୁଣ୍ଡକୁ ନେବା ନିଷ୍ପତି ନେଲେ। କାରଣ ଗ୍ରାମକୁ କୌଣସି ପ୍ରକାର ଚାରିଚାକିଆ ଗାଡି ନ ଆସିପାରିବା ଯୋଗୁ ଗୁରୁତ୍ତର ରୋଗୀଠୁ ଆରମ୍ଭ କରି ପ୍ରସୂତି ମା ପର୍ଯ୍ୟନ୍ତ ଠିକ ସମୟରେ ଡାକ୍ତରଖାନା ରେ ପହଞ୍ଚି ନପାରି ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଅନନ୍ୟୋପାୟ ହେଇ ଗ୍ରାମର ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ପରିବାରରୁ ସ୍ତ୍ରୀ ଏବଂ ପୁରୁଷ ମାନେ ହାତରେ କୋଦାଳ ଶାବଳ ଧରି ରାସ୍ତା ନିର୍ମାଣ କରିବା ଦେଖାଯାଇଛି। ରାସ୍ତା କାମରେ ମେସିନର ଆବଶ୍ୟକତା ଥିବାରୁ ଗ୍ରାମବାସୀ ପ୍ରତ୍ୟେକ ପରିବାର ଠାରୁ ସମ୍ବଳ ମୁତାବକ ଅର୍ଥ ରାଶି ଆଦାୟ କରିଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |