ବ୍ରହ୍ମପୁର,୦୯/୦୪(ମନୋଜ କୁମାର ପାତ୍ର):ଗୁରୁତର ଅବସ୍ଥାରେ ଏକ ଗାଈ କୋର୍ଟପେଟା ଛକ ନିକଟସ୍ଥ ବିଦ୍ୟା ନଗର ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ପାଇ ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ପଶୁ ଚିକିତ୍ସାଳୟ ସହ ଯୋଗାଯୋଗ କରିଥିଲେ । ତୁରନ୍ତ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରିବା ସହ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପେଟର ଅସ୍ତ୍ରୋପଚାର କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୧୫ କିଲୋ ଓଜନର ପଲିଥିନ ଜରିର ଗୁଳା ବାହାରିଥିଲା । ଯାହାକୁ ଦେଖି ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସମେତ ଡାକ୍ତର ତାଜୁବ୍ ହୋଇଯାଇଥିଲେ। ରାଜ୍ୟ ସରକାର ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ପଲିଥିନ ନିଷିଦ୍ଧ ଘୋଷଣା କରିଥିଲେ । ନିଷିଦ୍ଧ ହେବା ପରଠାରୁ କିଛି ଦିନ ବିଭାଗୀୟ କର୍ମଚାରୀ ମାନେ ପଲିଥିନ ବ୍ୟବହାର କରୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ କରି ଦୋକାନକୁ ସିଲ କରିବା ସହ ଜରିମାନା ଆଦାୟ କରିଥିଲେ । ଯାହା ଫଳରେ କି ଜନସାଧରଣ ମଧ୍ୟ ସଚେତନ ହୋଇ ପରିବା ଓ ସଉଦା ଆଣିବା ପାଇଁ କନା ବ୍ୟାଗ୍ ଧରି ଯାଉଥିବା ଦେଖା ଦେଇଥିଲା । ତେବେ ଏହା କିଛି ଦିନ ମଧ୍ୟରେ ସିମିତ ରହି ଠପ୍ ହୋଇଯାଇଥିଲା। ସହରରେ ପୁଣି ବ୍ୟାପକ ଭାବେ ଚାଲିଲା ପଲିଥିନ ଜରିର ବ୍ୟବହାର। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମେଳିଥିଲା ବିଦ୍ୟା ନଗରରୁ ଉଦ୍ଧାର ହୋଇଥିବା ଗାଈର ପେଟ ଅସ୍ତ୍ରୋପଚାର ପରେ…।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |