ବ୍ରହ୍ମପୁର,୧୩/୯(ମନୋଜ ପାତ୍ର):ଗତ କାଲି ବିଳମ୍ବିତ ରାତିରେ ହରିଡ଼ାଖଣ୍ଡି ଛକରେ ଏକ ବାଛୁରୀ ରାସ୍ତା କଡ଼ରେ ଶୋଇଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ପଛ ଦୁଇଟି ଗୋଡ଼ର ଖୁରା ଉପରେ ଚଢ଼ି ଚାଲିଯାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ଉକ୍ତ ବାଛୁରୀଟିର ଖୁରାରେ ପଟି ପକାଇ ଚିକିତ୍ସା କରିଥିଲେ। କିନ୍ତୁ ଆହତ ବାଛୁରୀର ସ୍ଵାସ୍ଥ୍ୟରେ କୌଣସି ଉନ୍ନତି ନହେବାରୁ ସାମ୍ବାଦିକ ଅନିଲ କୁମାର ଚୌଧୁରୀ, ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟେ ଘଟଣା ସ୍ଥଳରେ ପହଞ୍ଚି ଆହତ ବାଛୁରୀର ଗୁରୁତ୍ବର ଥିବା ଅନୁଭଵ କରି ପଶୁ ଚିକିତ୍ସାଳୟକୁ ଜଣାଈ ଥିଲେ। ଡାକ୍ତର ସୌମିକ ସ୍ବାଇଁ ଏବଂ ତାଙ୍କରି ସହଯୋଗୀ ଶଙ୍କର ପ୍ରସାଦ କହଁର ପହଞ୍ଚି ଚିକିତ୍ସା କରିବା ସହ ବାଛୁରୀ ଗୁରୁତ୍ବର ଅବସ୍ଥାକୁ ଅନୁଭବ କରି ଅଧିକ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନାକୁ ପଶୁ ଆମ୍ଭୁଲେନସରେ ନେଇଥିଲେ । ଏଙ୍କା ମହାରଣା, ଟୁକୁନା ଦାସ, ଶ୍ରୀକାନ୍ତ, ଭିକି, କ୍ରିଷ୍ନା ଦୋରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପଶୁ ପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ, ସାମ୍ବାଦିକ ତଥା ସମାଜସେବୀ ଅନିଲ କୁମାର ଚୌଧୁରୀ ଓ ସ୍ତାନୀୟ ଯୁବକମାନଙ୍କ ଏହିଭଳି ମହାନ କାର୍ଯକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |