ଗାନ୍ଧିଜୀଙ୍କ ୭୨ତମ ତିରୋଧାନ ଦିବସ ପାଳିତ

ମୁନିଗୁଡା,୩୦/୧ (ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଶିବପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁରୁକିଲିମା ଠାରେ ନେହୁରୁ ଯୁବ କେନ୍ଦ୍ର ସଂଗଠନ ଓ ଯୁବ ଶକ୍ତି ୟୁଥ କ୍ଳବର ମିଳିତ ସଂଯୋଜନାରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁବ ଶକ୍ତି ୟୁଥ କ୍ଳବ ପକ୍ଷରୁ ପ୍ରାତଃରୁ ପ୍ରଭାତଫେରି କରାଯାଇଥିଲା l ପରେ ନେହୁରୁ ଯୁବ କେନ୍ଦ୍ର ସଂଗଠନର ପ୍ରତିନିଧି ଲକ୍ଷ୍ମୀ ନାରାୟଣ ସେଠୀ ଓ ଯୁବ ଶକ୍ତି କ୍ଳବ ସଭାପତି ଅନନ୍ତ କୁମାର ନୁନ୍ଦ୍ରୁକାଙ୍କ ମିଳିତ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ଆଦିବାସୀ ଉର୍ଣ୍ଣୟନ ପରିଷଦ ଅଧକ୍ଷ ଜଗନ୍ନାଥ ନୁନ୍ଦ୍ରୁକା, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ଯୋଗଦେଇ ପ୍ରଥମେ ଗାନ୍ଧିଜୀଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସର୍ବଧର୍ମ ପ୍ରାଥନା କରିଥିଲେ l ପରେ ଅତିଥି ମାନେ ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଗାନ୍ଧିଜୀ ହେଉଛନ୍ତି ଜାତୀୟ ପିତା,ବିଂଶ ଶତାବ୍ଦୀର ବିସ୍ମୟ ବ୍ୟକ୍ତିତ୍ୱ, ମହା ମାନବର ବିଚାର ଧାରାର ଜଣେ ମହାନ ବ୍ୟକ୍ତି ବୋଲି ମତ ପ୍ରକାଶ କରିଥିଲେ ଳ ଉକ୍ତ କାର୍ଯ୍ୟକ୍ରମକୁ ଯୁବ ଶକ୍ତି କ୍ଳବର ସମ୍ପାଦକ ପ୍ରଶାନ୍ତ ନୁନ୍ଦ୍ରୁକା,ଅଭିନାଶ ନୁନ୍ଦ୍ରୁକା, ବିକାସେନ୍ଦୁ ଉଦୁଲି,ଉଦ୍ର ବାଗ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: