ଗିରଫ ହେଲେ ଓଡିଶା ହୋମ ନିର୍ଦ୍ଦେଶକ

ଭୁବନେଶ୍ୱର ୦୨।୧୦ : ଆନ୍ଧ୍ରରୁ ଗିରଫ ହେଲେ ଓଡିଶା ହୋମ ନିର୍ଦ୍ଦେଶକ    ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି। ଆନ୍ଧ୍ରପ୍ରଦେଶ କାକିନଡ଼ା ଜିଲ୍ଲା ଆନ୍ନାଭରମ ଥାନା ଅଞ୍ଚଳରୁ EOW ତାଙ୍କୁ ଗିରଫ କରିଛି। ଓଡ଼ିଶା ହୋମ୍ସ ଆଣ୍ଡ୍‌ କମର୍ସିଆଲ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ ଧରିବା ଲାଗି EOW ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା।ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଂଟ ଓ  ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ ଆପାର୍ଟମେଂଟ ଦେବାକୁ କହି ଟଙ୍କା ନେଇଥିଲା । ୨୦୧୩ ରୁ ୨୦୧୬ ମଧ୍ୟରେ ୪୨ ଜଣଙ୍କ ଠାରୁ ୨୦ କୋଟି ନେଇଥିଲା ସଂସ୍ଥା ।  ୨୦୧୮ ମସିହାରେ ଫ୍ଲାଟ ଦେବାକୁ କହିଥିଲେ । ଟଙ୍କା ପାଇବା ପରେ ଛୁ ମାରିଥିଲେ ମନୋଜ ପଣ୍ଡା । ଟଙ୍କା ଦେଇଥିବା ଜମାକାରି ଇଓଡ଼ବ୍ଲ୍ୟୁ ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡ଼ବ୍ଲ୍ୟୁ । ଆଉ ଏବେ ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: