ଭୁବନେଶ୍ୱର ,୧୫/୦୯: ଗିରଫ ହେଲେ କୋଟିପତି ଅଙ୍ଗନବାଡି ଦିଦି କବିତା ମଥାନ । ମଥାନଙ୍କଘରୁ ୪ କୋଟି ଟଙ୍କାର ଆୟବହିର୍ଭୂତସମ୍ପତ୍ତି ଜବତ କରାଯାଇଥିଲା । ଏହା ସହିତ ୧୦ଟି ସ୍ଥାନରେ ରେଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାଙ୍କର ୧୪ରୁ ଅଧିକ ପ୍ଲଟ ରହିଥିଲା । ମଙ୍ଗଳବାର ଠାରୁ ଭିଜିଲାନ୍ସର ରେଡ ଜାରି ରହିଥିବା ବେଳେ ବୁଧବାର ଦିନ ଏହି କୋଟିପତି ଦିଦିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହି ଅଙ୍ଗନବାଡ଼ି ଦିଦିଙ୍କର ଭୁବନେଶ୍ୱରରେ ରହିଛି ୩ଟି କୋଠା ଓ ୧୦ଟି ଜମି । ୬ଟି ଭିଜିଲାନ୍ସ ଟିମ୍ ୬ଟି ସ୍ଥାନରେ ଏକକାଳୀନ ଚଢଉ କରି ଏହି ତାଜୁବ କଲା ଭଳି ସମ୍ପତ୍ତିର ତାଲିକା ଗତକାଲି ସାମ୍ନାକୁ ଆଣିଥିଲା । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ରାଜଧାନୀରେ ରହିଛି ଗୋଟିଏ ୪ମହଲା କୋଠା, ଗୋଟିଏ ୩ ମହଲା କୋଠା ଓ ଦୁଇଟି ଦୁଇ ମହଲା କୋଠା । ତେବେ ଏହି ସମସ୍ତ ଅଭିଯୋଗକୁ ଦିଦି ଖଣ୍ଡନ କରିଛନ୍ତି । ଭୁବନେଶ୍ୱରରେ ତାଙ୍କର ଗୋଟିଏ ମାତ୍ର ଘର ରହିଥିବା ବେଳେ ସେ କେଶୁରାରେ ଜାଗା କିଣିଥିବା କହିଛନ୍ତି । ଏହା ସହିତ ତାଙ୍କ ନାମରେ ରହିଥିବା ଜମିବାଡି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |