ଜଗତସିଂହପୁର,୨୮।୧୨: ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରାଜସ୍ବ ବିଭାଗରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଚିତ୍ତରଞ୍ଜନ ପିଳା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେ ତାଙ୍କ ଆୟରୁ ୧୯୧% ଅଧିକ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି।ଚିତ୍ତରଞ୍ଜନଙ୍କର ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଫ୍ଲାଟ, ୬ ପ୍ଲଟ୍ ଏବଂ ବିଲ୍ଡିଂ ଆଦି ଅଛି। ମଙ୍ଗଳବାର ରାଜ୍ୟ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇ ନଗଦ ୮୭,୭୮୫ ଟଙ୍କା ୨ ଚାରି ଚକିଆ ଏବଂ ୩ ଦୁଇ ଚକିଆ ଗାଡ଼ି ଠାବ କରାଯାଇଥିଲା। ପରେ ବ୍ୟାଙ୍କ ଏବଂ ବୀମା ଜମା ସହ ସୁନାଗହଣା ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ବିଷୟରେ ଭିଜିଲାନ୍ସ ତଦନ୍ତ କରିଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |