ମୁମ୍ବାଇ,୭।୧: ଗିରଫ ହେଲେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ୍ ଦୁରାନୀ। ରାକ୍ଷୀଙ୍କ ଅଭିଯୋଗ ଆଧାରରେ ଆଦିଲଙ୍କୁ ଗିରଫ କରିଛି ଓସିୱାରା ପୁଲିସ। ଏନେଇ ନିଜେ ସୂଚନା ଦେଇଛନ୍ତି ରାକ୍ଷୀ ସାୱନ୍ତ। ଆଦିଲଙ୍କ ବିରୋଧରେ ପରକିୟା ପ୍ରୀତି, ଠକେଇ ଏବଂ ତାଙ୍କୁ ମାଡ଼ ମାରିଥିବା ରାକ୍ଷୀ ଅଭିଯୋଗ କରିଥିଲେ।ଆଦିଲ ଗିରଫ ହେବା ପରେ ରାକ୍ଷୀ ଏକ ଅଡ଼ିଓ ଶେୟାର କରି କହିଛନ୍ତି, “ଆଦିଲ୍ ଗିରଫ ହୋଇଛନ୍ତି। କାରଣ ମୁଁ ତାଙ୍କ ବିରୋଧରେ ଏତଲା ଦେଇଥିଲି। ଏହା କୌଣସି ଡ୍ରାମା ନୁହେଁ। ସେ ମୋ ଜୀବନକୁ ନଷ୍ଟ କରିଦେଇଛନ୍ତି। ମୋତେ ସେ ତାଙ୍କ ଜୀବନରୁ ତଡ଼ି ଦେଇଛନ୍ତି। ସେ ମୋଠାରୁ ଅନେକ ଟଙ୍କା ମଧ୍ୟ ନେଇଛନ୍ତି।’’ନିକଟରେ ଆଦିଲଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ରାକ୍ଷୀ ଅଭିଯୋଗ କରିଥିବା ବେଳେ ଏବେ ସେ ଟଙ୍କା ଚୋରି ସହ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ସୋମବାର ରାକ୍ଷୀ ମୁମ୍ବାଇର ଓସିୱାରା ଥାନାରେ ଆଦିଲଙ୍କ ବିରୋଧରେ ଏତଲା ଦେଇଥିଲେ। ତେବେ ଆଜି ପୁଲିସ ଆଦିଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |