ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବଇ : ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଆଜି ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଙ୍କୁ ଗିରଫ କରିଛି । ଅଭିନେତା ଡ୍ରଗ୍ସ ଲିଙ୍କ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ଗିରଫ କରିଛି। ୩ଦିନ ଜେରା ପରେ ଆଜି ଗିରଫ ହୋଇଛନ୍ତି ରିୟା। ରବିବାର ଓ ସୋମବାର ଦୁଇ ଦିନ ଧରି ରିୟାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରାଯାଇଥିଲା । ଆଜି ଜେରା ବେଳେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ।ସୂଚନା ଅନୁୁଯାୟୀ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରୁଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ କାରବାର ସଂପର୍କକୁ ନେଇ ତନାଘନା ଚଳାଇଥିଲା। ରବିବାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଥିଲା। ପରେ ରିୟାଙ୍କୁ ଏନସିବି ପକ୍ଷରୁ ପଚରାଉଚରା କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ୯ ଜଣଙ୍କୁ ଗରିଫ କରାଯାଇଛି। ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘରୋଇ ପରିଚାଳକ ସାମୁଏଲ ମିରାଣ୍ଡା ଏବଂ ସୁରକ୍ଷାକର୍ମୀ ଦୀପେଶ ସାୱନ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ବଲିଉଡ ପାର୍ଟିରେ ନିଶାକାରବାର ନେଇ ଜେରା ବେଳେ ରିୟା ଚକ୍ରବର୍ତ୍ତି ସୂଚନା ଦେଇଥିଲେ ଏବଂ ତାଙ୍କ ସୂଚନାକୁ ଆଧାର କରି ଡ୍ରଗ୍ସ ଲିଙ୍କ କାରବାରରେ ଏନ୍‌ସିବି ପକ୍ଷରୁ ୨୫ ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିଛି । ସେମାନଙ୍କୁ ସମନ କରାଯିବ ବୋଲି ଜଣାପଡ଼ିଛି। ଏହାସହିତ ସୁଶାନ୍ତଙ୍କ ସାଥୀ କଳାକାରମାନଙ୍କୁ ମଧ୍ୟ ଡ୍ରଗ୍ସ ଲିଙ୍କ କାରବାରରେ ସମନ କରାଯିବ ବୋଲି ଏନ୍‌ସିବି ସୂତ୍ରରୁ ସୂଚନା ମିଳିଛି। ଆଜି ଭାଇ ସୌଭିକଙ୍କୁ ବସାଇ ରିୟାଙ୍କୁ ସାମନା ସାମନି ଜେରା କରିଥିଲା ଏନ୍‌ସିବି। ଏହାପରେ ଡ୍ରଗ୍ସ ଲିଙ୍କ କାରବାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!