ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ୱର,୦୬/୦୮: ପାରଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଦୀର୍ଘ ୨୦ ଘଣ୍ଟା ମହିମାଙ୍କୁ ଜେରା କରିଥିଲା ସିବିଆଇ । ଏହାପରେ  ଆଜି ଭୋର୍‌ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି |ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କର ପୁଅ ଚର୍ଚ୍ଚିତ ମିଶ୍ର । ସକାଳ ୪ଟାରୁ ସିବିଆଇ ଅଫିସରେ ହାଜର ହୋଇଥିଲେ ଚର୍ଚ୍ଚିତ । ଏହାପରେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଥିଲ । ଏହାପରେ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ସିବିଆଇ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି । ଉଭୟ ଚନ୍ଦନ ଆଉ ଚର୍ଚ୍ଚିତ ଦୁଇ ଭାଇ ସିବିଆଇ ଅଫିସ ଆସିଥିଲେ , ତେବେ ଏଥିରେ ଚର୍ଚ୍ଚିତଙ୍କୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଏବଂ ମହିମା ମିଶ୍ରଙ୍କୁ ସିବିଆଇ ଛାଡି ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: