ଗିରଫ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ

ଭୁବନେଶ୍ବର,୧।୫  ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକଙ୍କ ସୁବାସ ପ୍ରାଣିଗ୍ରାହୀଙ୍କୁ ଦେବଗଡ ଆଦର୍ଶ ପୋଲିସ ଗିରଫ କରିଛି।  ଭୁବନେଶ୍ଵରରୁ ପୋଲିସ ଗିରଫ କରି ଦେବଗଡ ଆଣୁଥିବା ବାଟରେ ଅସୁସ୍ଥ ବିଧାୟକଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ସାଲାଇନ ଲଗାଯିବା ସହ ଚିକିତ୍ସା ଜାରି ରହିଛି। ତିଳେଇବଣି ବିଡିଓଙ୍କୁ ମାଡ଼ ଘଟଣାରେ ରବିବାର ଦେବଗଡ଼ ବିଧାୟକଙ୍କୁ ଦେବଗଡ ପୋଲିସ ଭୁବନେଶ୍ଵରରୁ ଗିରଫ କରିଛି। କୋର୍ଟ ଚାଲାଣ ପାଇଁ ତାଙ୍କୁ ପୋଲିସ ଦେବଗଡ ଆଣୁଥିଲା।ଖବର ଅନୁଯାୟୀ, ଶନିବାର ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ବିଡିଓଙ୍କୁ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମାଡପିଟ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ସରକାରୀ କାର୍ଯ୍ୟରେ ଛେପଲିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡି ଗ୍ରାମକୁ ଯାଇଥିବା ବେଳେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ମାନେ ଘଟଣାସ୍ଥଳରେ ପହଞ୍ଚି ବିଡିଓଙ୍କୁ ଆକ୍ରମଣ କରିଥିଲେ। ଫଳରେ ବିଡିଓଙ୍କ ଓଠ ଫାଟିଯିବା ସହ ସେ ଆହତ ହୋଇଥିବା ଅଭିଯୋଗ କରିଥିଲେ। ଘଟଣା ପରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଦେବଗଡ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଆଉ ଏବେ ବିଧାୟକଙ୍କୁ ଗିରଫ କରିଛି ପୋଲିସ।ଏହାର ପ୍ରତିବାଦରେ  ସୋମବାର ବିଜେପି ପକ୍ଷରୁ ଦେବଗଡ ଜିଲା ବନ୍ଦ ଡାକରା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: