ଗୁଇନ୍ଦା ନିର୍ଦ୍ଦେଶକ ହେଲେ ଆର୍. ପି. କୋଚେ

ଭୁବନେଶ୍ବର ୧୧/ ୦୪ : ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ । ଗୁଇନ୍ଦା ନିର୍ଦ୍ଦେଶକ ବଦଳାଇଲେ ରାଜ୍ୟ ସରକାର । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆର୍. ପି. କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିିଳିଛି । ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ହେଲେ ଗୃହ ବିଭାଗ ଓଏସଡି । ଏଡିଜି.ଆର.ପି. କୋଚଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ମିଳିଛି ।  ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ୧୯୯୨ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ଲଳିତ ଦାସ । ବର୍ତ୍ତମାନ ସେ ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟ କରିବେ ।  ତେବେ ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚର ଏଡିଜି.ଆର.ପି. କୋଚଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ବର୍ତ୍ତମାନ ସେ ଏସଓପିର ଆଡିସନାଲ ଡିଜି ଅଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: