ଗୁଗୁଲ୍ ପେ ରେ ଆମେରିକାରରୁ ଭାରତକୁ ଆସିପାରିବ ଟଙ୍କା

ନୂଆଦିଲ୍ଲୀ ୧୨।୫ : ଗୁଗୁଲ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ମନି ଟ୍ରାନ୍ସଫର ଫିଚର ଲଞ୍ଚ କରିଛି। ଏହି ଫିଚର ପାଇଁ ଗୁଗୁଲ୍ ୱାଇଜ୍ ଏବଂ ୱେଷ୍ଟର୍ଣ୍ଣ ୟୁନିଅନ୍ କୋ ସହିତ ସହଭାଗୀ ହୋଇଛି । ଏହି ଫିଚର ଦ୍ବାରା ବର୍ତ୍ତମାନ ଆମେରିକାର ୟୁଜର ଭାରତକୁ ମନି ଟ୍ରାନ୍ସଫର ବା ଟଙ୍କା ପଠାଇବାରେ ସକ୍ଷମ ହୋଇପାରିବେ। ଗୁଗୁଲ୍ ପେ ର ଆମେରିକୀୟ ୟୁଜର୍ସ ବର୍ତ୍ତମାନ ଏହି ଆପ୍ ସାହାଯ୍ୟରେ ଭାରତ ଏବଂ ସିଙ୍ଗାପୁରର ଆପ୍ ୟୁଜର୍ସଙ୍କୁ ଟଙ୍କା ପଠାଇ ପାରିବେ। କମ୍ପାନୀ ବର୍ତ୍ତମାନ ଏହାକୁ ଓ୍ବାଇଜ୍‌ ସହିତ ମିଶି ୮୦ ଏବଂ ଦେଶରେ ଆଗାମୀ ସମୟରେ ଉପଲବ୍ଧ କରାଇବ। ଏହା ବ୍ୟତୀତ, ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୱେଷ୍ଟର୍ଣ୍ଣ ୟୁନିଅନ୍ ସହିତ ମିଶି ଅନ୍ୟ ଦେଶରେ ମଧ୍ୟ ଏହାକୁ ଉପଲବ୍ଧ କରାଯିବ। ୪୭୦ ଆରବ ଡଲାର ମନି ଟ୍ରାନ୍ସଫର ମାର୍କେଟରେ ଗୁଗୁଲ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରୁଛି। ଏଥିରେ ଅଧିକରୁ ଅଧିକ ମାର୍କେଟ ହାସଲ କରିବା ପାଇଁ ଏହା ଡିଜିଟାଲ ପେମେଣ୍ଟ ସେକ୍ଟରରେ କାମ କରୁଛି। ଲଣ୍ଡନ ଭିତ୍ତିକ କମ୍ପାନୀ ୱାଇଜକୁ ୨୦୧୧ରେ ଲଞ୍ଚ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଇଣ୍ଟରନ୍ୟାସନାଲ ମନି ଟ୍ରାନ୍ସଫରକୁ ଶସ୍ତା ଏବଂ ସହଜ କରିବା । ଇଣ୍ଟରନ୍ୟାସନାଲ ମନି ଟ୍ରାନ୍ସଫରରେ ୱେଷ୍ଟର୍ଣ୍ଣ ୟୁନିଅନ୍ ମାର୍କେଟ ଅଗ୍ରଣୀ ରହିଛି। ଏହାର ଗ୍ଲୋବାଲ୍ ନେଟୱାର୍କ ମଧ୍ୟ ଫିଜିକାଲ ଲୋକେସନରେ ମଧ୍ୟ ବିସ୍ତାର କରିଛି। ଏହି ଦୁଇଟି କମ୍ପାନୀର ସହଭାଗୀତା ବର୍ତ୍ତମାନ ଗୁଗୁଲ୍ ପେ ସହିତ ହୋଇଛି। ଗୁଗୁଲ୍ ପେ ରେ ୪୦ଟି ଦେଶରୁ ୧୫୦ ମିଲିୟନ୍ ଉପଭୋକ୍ତା ଅଛନ୍ତି। କରୋନା ଯୋଗୁଁ ଡିଜିଟାଲ ପେମେଣ୍ଟରେ ବହୁତ ବୃଦ୍ଧି ଘଟିଛି। ଏହି କାରଣରୁ ଡିଜିଟାଲ ପେମେଣ୍ଟର ମାର୍କେଟ ବହୁତ ବଢ଼ିଯାଇଛି। ଗୁଗୁଲ କହିଛି କି, କୋଭିଡ଼ କାରଣରୁ ବହୁତ ଲୋକ ପ୍ରଭାବିତ ହୋଇଛନ୍ତି। ଆମେମାନେ ପେମେଣ୍ଟକୁ ଅତି ସହଜ କରିବା ପାଇଁ ଫୋକସ କରୁଛୁ। ଆମର ଲକ୍ଷ୍ୟ  ୱାଇଜ୍ ଏବଂ ୱେଷ୍ଟର୍ଣ୍ଣ ୟୁନିଅନ୍ ସହିତ ମିଶି ଏହି ଫିଚରକୁ ସପୋର୍ଟ କରୁଥିବା ଦେଶରେ ଜାରି କରାଯିବ। Ant Group, Samsung Electronics Co, Apple Inc and PayPal Holdings Inc ମଧ୍ୟ ମୋବାଇଲ ଓ୍ବାଲେଟ ଅଫର କରୁଛନ୍ତି। ଏସବୁ ଭିତରେ ବର୍ତ୍ତମାନ ଏହି ଫିଚରକୁ ଲଞ୍ଚ କରିବା ପରେ ଗୁଗୁଲ ପେ ଆଗକୁ ଆସିଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!