ନୂଆଦିଲ୍ଲୀ,୯।୪: କରୋନାର ନୂଆ ଭାରିଆଣ୍ଟ XE ଗୁଜରାଟରେ ପାଦ ଦେଇସାରିଛି। ଏବେ ଏହି ନୂଆ ଭାରିଆଣ୍ଟର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମାୟାନଗରୀ ମୁମ୍ବାଇରେ ମଧ୍ୟ ଏହି ଭାରିଆଣ୍ଟର ଏକ ମାମଲା ଦେଖିବାକୁ ମିଳିଥିଲ। ଭାଇରସ୍ ଖୁବ୍ ସଂକ୍ରାମକ ବୋଲି ମନେକରାଯାଉଛି। ଏଭଳି ସ୍ଥିତିରେ ସରକାର ସମ୍ପୂର୍ଣ୍ଣ ଭାବରେ ସାବଧାନ ଅଛନ୍ତି। ଗୁଜରାଟରେ ଯେଉଁ ମାମଲା ସମ୍ପର୍କରେ ଜଣାପଡିଛି ତାକୁ ନେଇ କୁହାଯାଉଛି ଯେ, ୧୩ ମାର୍ଚ୍ଚରେ ଏହି ବ୍ୟକ୍ତିଜଣକ କରୋନା ପଜିଟିଭ ମିଳିଥିଲେ। କିନ୍ତୁ ଏକ ସପ୍ତାହ ପରେ ତାଙ୍କର ସ୍ଥିତି ଠିକ୍ ଥିଲା। କିନ୍ତୁ ଯେତେବେଳେ ସାମ୍ପଲରେ ଫଳାଫଳ ଆସିଥିଲା ସେଥିରେ ସେହି ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ବାହାରିଥିଲେ। ପ୍ରାରମ୍ଭିକ ରିସର୍ଚ୍ଚ ପରେ କୁହାଯାଉଛି ଯେ, XE ଭାରିଆଣ୍ଟ, ଓମିକ୍ରନ୍ର ହିଁ ସବ୍ ଭାରିଆଣ୍ଟ। ଏପର୍ଯ୍ୟନ୍ତ ଯଦିଓ ଏହାକୁ ବିପଦଜନକ ବୋଲି କୁହାଯାଉନି, କିନ୍ତୁ କୁହାଯାଉଛି ଯେ ଦ୍ରୁତ ଗତିରେ ବ୍ୟାପିପାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |