ନୂଆଦିଲ୍ଲୀ,୨୪।୫: ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ଫାଇନାଲରେ ଚେନ୍ନାଇ । ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର ରେ ଗୁଜରାଟକୁ ୧୫ ରନ୍ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୨ ରନ କରିଥିଲା। ଯାହାର ପିଛା କରି ଗୁଜରାଟ ସମସ୍ତ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୫୭ ରନ୍ କରି ପରାସ୍ତ ହୋଇଥିଲା। ଗୁଜୁରାଟ ପକ୍ଷରୁ ଶୁବମନ ଗିଲ ୪୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟରଙ୍କ ଭଲ ବ୍ୟାଟିଂ ଦେଖିବାକୁ ମିଳିନଥିଲା । ସେହିପରି ଆଜି ଏଲିମିନେଟର ମ୍ୟାଚ, ମୁମ୍ବାଇ ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯିବ । ବିଜେତା ଟିମ ଗୁଜୁରାଟକୁ କ୍ବାଲିଫାୟର-2 ମ୍ୟାଚରେ ଭେଟିବ। ଗ୍ରୁପ୍ ଟପ୍ପର ତଥା ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି। ଏଥି ସହ ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ମଙ୍ଗଳବାର ଚେନ୍ନାଇର ଚେପକ୍ ଷ୍ଟାଡ଼ିୟମ୍ରେ ଖେଳାଯାଇଥିବା କ୍ବାଲିଫାୟାର୍-୧ରେ ମାହି ସେନା ଦଳଗତ ପ୍ରଦର୍ଶନ ବଳରେ ଦ୍ବିତୀୟ ସୁଯୋଗକୁ ଅପେକ୍ଷା ନ କରି ସିଧାସଳଖ ଟ୍ରଫି ଟକ୍କରରେ ପହଞ୍ଚିଯାଇଛି। ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେଙ୍କ ଦୃଢ଼ ମୂଳଦୁଆ ସତ୍ତ୍ବେ ସଂଘର୍ଷ କରିଥିବା ସିଏସ୍କେ ୧୭୨ ରନ୍ କରି ନେଇଥିଲା। ଜବାବରେ କୌଣସି ସମୟରେ ସୁଯୋଗକୁ ହାତେଇ ନପାରି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍ କରିପାରିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |