ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ

ପୋରବନ୍ଦର ୨୭।୧୧: ଗୁଜରାଟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଘଟିଛି।   ଜବାନମାନେ ପରସ୍ପର ଉପରକୁ ଏକେ-୫୬ ରାଇଫଲରୁ ଗୁଳି ଚାଳନା କରିଛନ୍ତି। ଫଳରେ ୨ ଜଣ ଜବାନ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଗୁଜରାଟର ପୋରବନ୍ଦରରେ ଭାରତୀୟ ରିଜର୍ଭ ବାଟାଲିୟନ (IRB)ର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ଫାୟାରିଂ ହୋଇଥିବା ସୂଚନା ମିଳିଛି। ପୋଲିସ୍‌ ସୂଚନା ଅନୁସାରେ, ସଂଘର୍ଷ ପରେ ଯବାନଙ୍କ ମଧ୍ୟରେ ଫାୟାରିଂ ହୋଇଥିଲା। ଫଳରେ ୨ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ପ୍ରକୃତରେ କେଉଁ କାରଣକୁ ନେଇ ଯବାନଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହାସହ ଆହତ ଯାବନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ଯବାନଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟି ପରେ ଫାୟାରିଂ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଯବାନ ସେମାନଙ୍କର ସାଥୀଙ୍କ ଉପରକୁ AK 47ରୁ ଫାୟାରିଂ କରିଥିଲେ। ଯେଉଁ ସମୟରେ ଏହି ଫାୟାରିଂ ହୋଇଥିଲା ସେହି ସମୟରେ କୌଣସି ବି ଯବାନ ଡ୍ୟୁଟିରେ ନଥିଲେ। ଘଟଣାକୁ ନେଇ ପୋଲିସ୍‌ ମୃତ ଯବାନଙ୍କ ସାଥୀ ଓ ଅନ୍ୟ ଗ୍ରୁପ୍‌ର ଯବାନଙ୍କ ସାଥୀଙ୍କୁ ପଚରାଉଚରା ଚଳାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: